ବାପା 💗💗💗
ବାପା 💗💗💗
ଆମ ହାତ ଧରି ଚାଲିବା ଶିଖେଇଛ
ବଦଳିବାର ମାର୍ଗଦର୍ଶକ ସାଜି
ତୁମ ଭଲ ପାଇବା ତୁମ ପ୍ରେମ ବିଶ୍ୱାସ
ତୁମ ସ୍ବପ୍ନ ଅନ୍ତରୁ ଯାଏ ମୋ ହଜି ।।
ବିଶାଳ ହୃଦୟ କେଉଁଠୁ ପାଇଲ
କେମିତି ଗଢ଼ିଲ ମୋତେ
କଟୁକଥା କେବେ ଶୁଣିନି ତୁମଠୁ
ଦୁଃଖ ଜାଣି ନାହିଁ ସତେ ।।
ତୁମକୁ ଗୋ କେବେ ଦୁଃଖରେ ଦେଖିଲେ
ଅନ୍ତର ଯାଏ ମୋ ଚିରି ।
ସେ ସରଳ ମୁହଁ ପଡ଼ିଲେ ମଳିନ
ଲୁହ ଯାଏ ଆପେ ଝରି ।
