STORYMIRROR

Santosh Samal

Inspirational

4  

Santosh Samal

Inspirational

ବାପା

ବାପା

1 min
449

ଵାପା ଵୋଲି ଯୋଉ ଦୁଇଟି ଅକ୍ଷର

ଵାୟୁ ପାଣି ପରି ତୁମେ' ଅମର

ଆକାଶ ଠୁ ଵଡ଼ ହୃଦୟ ତମର

ସମୁଦ୍ର ଠୁ ଗଭୀର ଭାଵନା ତାଙ୍କର

ସଂସାର ଚିଠିର ତୁମେ ଏମିତି ଲଫାପା

ଦୁଃଖ, କଷ୍ଟ ପଡିଲେ ପାଟିରୁ ଵାହାରା ପଡେ ଵାପା ।


ସଂସାର ଵହିରେ ତୁମେ' ଏମିତି ମଲାଟ

ଅନେକ ଥର ଲେଖୁ..ଲେଖୁ ଭାଙ୍ଗିଚି ତମେ' ଆଣିଥିବା ସିଲଟ

ତୁମ ମଲାଟକୁ ଲେଉଟାଇ ଦେଖିଲେ

ପୃଷ୍ଠା ଗୁଡ଼ିକ ତମର ଆଘାତ,ଯନ୍ତ୍ରଣା ରେ ଭରା

ଆମ ମାନଙ୍କ ପାଇଁ ସହିଛ କେତେ ବର୍ଷା ଖରା

ନୁଇଁବ ନାହିଁ କେବେ ତମ ମଥା, ଲାଗିଵନି କଳଙ୍କ ଟିପା

ଦୁଃଖ, କଷ୍ଟ ପଡିଲେ ପାଟିରୁ ବାହାରି ପଡେ ଵାପା   ।।


ହାତଧରି ମତେ ଚଲେଇଲ ଶିଖେଇ

ତୁନି କରିବାକୁ ନିଅ ମୋତେ' କାଖେଇ

କେତେ ଯେ କଷ୍ଟ ଦେଇଚଛି ତମକୁ ଥିଲି ଯେଵେ ମୁଁ ଛୁଆ .....

ଅଳି ଅଝଟ ହେଲେ ଶୁଣାଅ କାହାଣୀଟିଏ ନୂଆ

ଜୀବନ ଯାକ କରଜ ନେଇ ମୁଁ ହେଇ ଗଲି ଋଣି

ସୁଝିବାକୁ କେତେ ଜନମ ଲାଗିଵ ପାରୁନି ମୁଁ ଜାଣି

ଆଜିଵି ତମ ନିୟମ ଭାଙ୍ଗିଲେ ଲାଗିଯାଉଛି ଦଫା

ଦୁଃଖ, କଷ୍ଟ ପଡିଲେ ପାଟିରୁ ବାହାରି ପଡେ ଵାପା ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational