STORYMIRROR

Jharana Rout

Inspirational

3  

Jharana Rout

Inspirational

ବାପା

ବାପା

1 min
254


 ତୁମେ ମୋ ପ୍ରେରଣା ତୁମେ ମୋର ଠିକଣା

     ତୁମ ବିନା ମୁଁ ନୂଁହେ ଜୀବିତ

ତୁମ ସ୍ନେହ ଶ୍ରଦ୍ଧାରେ ବଞ୍ଚିବା ଶିଖିଛି

    ତୁମେ ମୋର ଜୀବନ୍ତ ଠାକୁର ।


ଦୁନିଆରେ ମୁଁ ଯାହାବି ପାଇଛି

  ସବୁ ତୁମର ଅଟେ ଦାନ

ତୁମ ବିନା ମୁଁ ନୂଁହେ ଜୀବିତ

  ତୁମେ ମୋର ପ୍ରାଣ ।


ପିଲାଟି ବେଳରୁ ଆଜି ଯାଏ କେବେ

   ଟାଣ କଥା ପଦେ କୁହ ନାଁହି 

 କେତେ ଭଲ ପାଇବା ତୁମଠାରୁ ପାଇଛି

    ଆଉ କିଛି ମୋର ଲୋଡ଼ା ନାଁହି ।


 ଶୁଭ ଦିନରେ ଶୁଭ କାମନା ବାପା 

   ସବୁବେଳେ ତୁମେ ଖୁସିରେ ରୁହ 

 ସବୁ ଦୁଃଖ କଷ୍ଟ ଦୁରେଇ ଯାଉ 

   ସଦାବେଳେ ମୁହେଁ ହସ ଥାଉ ।


Rate this content
Log in

Similar oriya poem from Inspirational