STORYMIRROR

Debabrata Jena

Inspirational

2  

Debabrata Jena

Inspirational

ବାପା

ବାପା

1 min
13.5K


ବାପା !!
ପ୍ରତ୍ୟେକ ଶିଶୁର ପହିଲି ଡାକ
କେତେ ଅନ୍ତରଙ୍ଗତା ଥାଏ ସେ ଡାକରେ ସତେ !!
ସେଇଟା ମୁଁ ବାପା ହେବା ପରେ ଅନୁଭଵ କଲି
ଯେଉଁ ସମ୍ପର୍କର ପରିଚୟ ଧ୍ବନିରେ ହୃଦୟକୁ ଆଲୋଡନ କରେ
ନିବିଡ଼ତା ଓ ଏକାତ୍ମତାର ସ୍ବାଭିମାନ ବହନ କରେ....
ସିଏ ହେଉଛନ୍ତି ବାପା ।।(୧)
"ବାପା" ,
କେଡେ ମିଠା ଶବ୍ଦ ସତେ
ଆକାଶଠୁ ବିଶାଳ ,ସାଗରଠୁ ଗଭୀର
ଉପରେ ପଥରଠୁ ଟାଣ
ଆଉ ଭିତରେ ଠିକ ତାଳସଜ ପରି ଅତ୍ୟନ୍ତ ଉଦାର ,ନରମ, ମଧୁଝରା
ସ୍ନେହ , ପ୍ରେମ ,କରୁଣାର ଏକ ଜ୍ବଳନ୍ତ ଉଦାହରଣ
ସିଏ ହେଉଛନ୍ତି ବାପା ।।।।।(୨)
"ମୋ ବାପା '' ,
ସବୁ ବାପାଙ୍କଠୁ ଅଲଗା
ଛନ୍ଦ ,କପଟତା, ସାଂସାରିକ ମାୟା ବନ୍ଧନରୁ ଟିକେ ଦୂରରେ
ଭାରି ସାଧାସିଧା ; ପୋଷାକ ଆଉ ଚାଲିଚଳନରେ
ପାର୍ଥିବ ଜଗତରେ ଅପାର୍ଥିବ ଗୁଣ ବହନକାରୀ ଏକ ବିରଳ ବ୍ୟକ୍ତିତ୍ୱ ।
ଜୀବନଚର୍ଯ୍ୟା ସାଧାସିଧା ଆଉ ଜବାବ ରୋକଠୋକ୍
ମୋର ଭଲ ବନ୍ଧୁ, ମାର୍ଗ ପ୍ରଦର୍ଶକ
ମୋ ଚଲାପଥରେ ଏକ ଆଲୋକବର୍ତିକା ;
ଯାହାଙ୍କ ଆଶିଷରେ ମୋ ଜୀବନଅରୁଣ ଉଦିତ
ସିଏ ହେଉଛନ୍ତି ମୋ ବାପା ।।




Rate this content
Log in

Similar oriya poem from Inspirational