STORYMIRROR

Dinesh Meher

Abstract Inspirational

4  

Dinesh Meher

Abstract Inspirational

ବାପା

ବାପା

1 min
175


ବିଧାତା ଙ୍କ କରୁଣା ଆଶିଷ

ଲଭି ମୁଁ ପାଇଲି ତାଙ୍କୁ 

କେଜାଣି କେତେ କାଳ ତପସ୍ୟା ,

କେତେ କାଳ ପୂଜା କରିଥିଲି ବିଧାତା ଙ୍କୁ।


ସେ କୋଟିଏ ରେ ଗୋଟିଏ ବାପା

ମୋ ଜୀବନ କଣ୍ଟାପଥ ର କୁସୁମ

ପୁଣି ମୋ ଦୁଃଖ ସମୟର ସାନ୍ତ୍ଵନା ଦାୟକ

କେଉଁ ଈଶ୍ୱର ନାହିଁ ଏ ଜଗତେ ତୁମ ସମ।


ବାପା ତୁମେ ମୋ ଆଦର୍ଶ

ତୁମେ ମୋ ପ୍ରେରଣା

ତୁମ ଆଶିଷ କରୁଣା କରି

ଦେଇଛ ମତେ ତୁମ ନାମର ଠିକଣା।


ବାପା ତୁମେ ମୋ ସ୍ଵର୍ଗ

ତୁମେ ମୋ ଦୁନିଆ

ତୁମ ପାଇଁ ହସେ ଆଜି 

ଏଇ ମୋ ଛୋଟ ଦୁନିଆ।


ମୋ ପାଇଁ କେତେ କଣ କରୁଛ

ତୁମ ଅବଦାନ କେବେ ପାରିବିନି ସୁଝି

ତୁମ ପାଇଁ ବାପା କେତେ ମୁଁ ମନାସୁଛି

ସେ ବିଧାତା କି ପାରିବ ବୁଝି !


ଦେଖୁ ଦେଖୁ କେତେ କାଳ

ବୋହି ନେଇଗଲା ସମୟର ସୁଅ

ବାପା ପ୍ରତି ଜନ୍ମରେ ହେବା ପାଇଁ ମନସୁଛି

ମୁଁ ତମ ଗେହ୍ଲା ପୁଅ।


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract