STORYMIRROR

Writer Roja Panda

Inspirational

3  

Writer Roja Panda

Inspirational

ବାପା ତୁମ ଅତିବାହିତ ଅତୀତ

ବାପା ତୁମ ଅତିବାହିତ ଅତୀତ

1 min
27.4K



ରୋଜା ପଣ୍ଡା


ବାପା ତୁମ ଅତିବାହିତ ଅତୀତ ଥିଲା ଅତ୍ୟନ୍ତ କଠୋର

ଭାବିଦେଲେ ଆଉଥରେ ବିଦାରୀତ ହୁଏ ହୃଦୟଟା ମୋର


ପିନ୍ଧୁଥିଲ ଛିଣ୍ଡା ପ୍ୟାଣ୍ଟ, ପୁରାପୁରି ଚିରିଯାଇଥିଲା ତୁମ ଜାମା,

ତଥାପି ପଇସା ସଞ୍ଚି କିଣୁଥିଲ

ଆମପାଇଁ ବହି,ଖାତା,ପେନ

ନିଜପ୍ରତି ତିଳେ ନିଘା ଦେଉନଥିଲ ଜମା


ମୁଣ୍ଡରେ ଭାରି ବୋଝ ଲଦି

ଖଟୁଥିଲ ତୁମେ ଦିନରାତି ମୂଲିଆଟାଏ ପରି,

ନିଗୁଡୁଥିଲା ରକ୍ତ ଝାଳ ତୁମ ଚୁଟି ନଥିବା ଟାଙ୍ଗରା ମୁଣ୍ଡରୁ

ଦେଖି ତୁମ ସାମର୍ଥ କୁ ପ୍ରଚଣ୍ଡ ରୁଦ୍ର ମଧ୍ୟ ଯାଉଥିଲା ଡରି


ସାରାଦିନ କରି କାମ ସନ୍ଧ୍ୟାରେ ତମେ ଆଣୁଥିଲ ମଜୁରି

ସେଇଥିପାଇଁ ପରା ଘରେ ଦୁଇ ଓଳି ଦୁଇ ମୁଠା

ଖାଇବା ପ୍ରସ୍ତୁତ ପାଇଁ ଜଳୁଥିଲା ଆମ ଚୁଲି


ପୌଢାବସ୍ଥା କଟିଗଲା ଆମ ଖୁସି ଗୋଟେଇ ଗୋଟେଇ

ବାର୍ଦ୍ଧକ୍ୟ ବି କଟୁଛି ଏବେ ତୁମର

ଆମରି ପିଲାଙ୍କୁ ମୁଣ୍ଡେଇ ମୁଣ୍ଡେଇ


ବାପା ତୁମେ ସବୁକିଛି ତ୍ୟାଗ କଲ ଆମ ଖୁସି ପାଇଁ

ତଥାପି ହସୁଛ ତୁମେ ଜୀବନରେ ଏତେ କଷ୍ଟ ପାଇ

ଆମ ଘର ଆଉ ଆମ ସମ୍ପୂର୍ଣ୍ଣ ଜୀବନର ମୂଳଦୁଆ ହୋଇ


ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା

କଟକ- ୭୫ ୩୦୧୦

E mail- roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational