STORYMIRROR

Ajita Mishra

Inspirational

3  

Ajita Mishra

Inspirational

ବାପା ଓ ସାଇକେଲ

ବାପା ଓ ସାଇକେଲ

2 mins
226


ଆଜିବି ମୋର ମନେଅଛି ରଜ ଓ ରଥଯାତ୍ରା ଛୁଟି ସରିଯିବାକୁ ଥାଏ । ତା'ପରେ ପରେ ଠିକ୍ ମୌସୁମୀ ପ୍ରବେଶର ମଝାମଝି ସମୟରେ ଆମ ୧୦ମ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଥାଏ । ଘରେ ଏକ ଦ୍ୱନ୍ଦ୍ୱର ବାତାବରଣ । ମୋର ନାମଲେଖା ଓମେନ୍ସ କଲେଜରେ ହେବ,,,ନା "କୋ ଏଜୁକେସନରେ" ଗାଆଁରେ ଏକମାତ୍ର ଗଭର୍ଣ୍ଣମେଣ୍ଟ କଲେଜ ??? ମୁଁ ଆଗକୁ ଯିବାକୁ ଲକ୍ଷ୍ୟ ରଖିଥାଏ । ହେଲେ ସେହି କଲେଜ ଆମ ଘରଠାରୁ ଅନେକ ଦୂରରେ । ଏଠାରୁ ଚାଲୁଥିବା ମଣିଷ କୁ ଲାଗିବ ଯେମିତି ବାଟ ସରୁନି। ମୁଁ କଲେଜରେ ପାଦ ଦେଲି। ସବୁଦିନ ଆଠ କିଲୋମିଟର ରାସ୍ତା ଚାଲୁଥିଲି, କେବଳ ମନରେ ଥିଲା ଗୋଟିଏ ଜୋସରେ। ରାସ୍ତାରେ ଯାଉଯାଉ ଅନେକ ସାଙ୍ଗ ସାଥି ଭେଟ ହୁଅନ୍ତି, ସମସ୍ତେ ମତେ ଆରେ ବାଃ କହିଦେଲେ ମୋ ପାଦ ଆହୁରି ସହଳସହଳ ଚାଲିବାକୁ ଲାଗେ। କିଛିଦିନ ପରେ ଶରୀର କଣ୍ଟା ହେଇଗଲା। ବାପାମାଆ ମନଦୁଃଖ କଲେ। ଭାଇ ପଚାରିଲେ ମୁଁ କ'ଣ ରିକ୍ସା ରେ ଯାଏନି? ମୁଁ ବାଧ୍ୟ ହେଇ ସତକଥା କହିଲି। ବେଳେବେଳେ ଯାଏ, କିନ୍ତୁ ପ୍ରାୟ ଚାଲିବାକୁ ଭଲପାଏ...

 ଶେଷରେ ଦିନେ ସବୁ କଥାର ଅନ୍ତ ହେଲା ମୋ ପାଇଁ ବାପା ସାଇକେଲଟିଏ କିଣି ଆଣିଲେ । 

  ସେ ଦିନର ଖୁସି କହିଲେ ନସରେ । ହେଲେ ରାତିରେ ଥରକୁ ଥର ନିଦ ଭାଙ୍ଗିବା ବେଳକୁ ମୁଁ ସ୍ୱପ୍ନଟିଏ ଦେଖୁଥାଏ,- 

 କୁଆଡ଼େ କିଛି ଦେଖୁନି ଓ ରାସ୍ତାରେ ଯାଉଥିବା ସବୁ ଦ୍ୱି ଚକ୍ରୀ, ଚାରିଚକିଆ ଯାନ ଠାରୁ ଅଧିକ ବେଗରେ ମୋ ସାଇକେଲ ଗଡ଼ି ଚାଲିଛି... । ତା' ଉପରେ ମୁଁ ସାରା ଜଗତ ଘୁରିଵୁଲୁଛି...। ପଛରେ ବାପାଙ୍କୁ ମଧ୍ୟ ବସାଇଛି....


ତହିଁ ପରଦିନ ସକାଳୁ ବାପାଙ୍କ ଡାକରେ ମୋ ନିଦ ଭାଙ୍ଗିଲା । ବାପାଙ୍କୁ ମାଆ ଆକଟ କରାଇ କହୁଥିଲେ ...."ଦେଖ ବଢିଲା ଝିଅ...,,, କାଳେ ଗୋଡ଼ କି ହାତଟେ କିଛି ହେଇଗଲେ କେଡ଼େ ଅସୁବିଧା ହେବ ତେଣୁ ତୁମେ ଝିଅର ପାଖାପାଖି ରହି ସାଇକଲକୁ ପଛରୁ ଧରି ଦେଉଥିବ....


ଠିକ୍ ସେହି କଥାକୁ ମନେରଖି ଘର ସାମ୍ନା ପଡ଼ଆରେ ମୋର ପ୍ରଶିକ୍ଷଣ ଚାଲିଲା।ଦୁଇଟି ଦିନ ଉତ୍ତାରେ ମୁଁ ବାପାଙ୍କ ଠାରୁ ଶିଖିଲି ବାଲାନ୍ସ କେମିତି ରଖିବାକୁ ହେବ....

ଗପ ଆଳରେ ଖାଲି ସାଇକଲ ନୁହଁ,ଅନେକ କଥା ର ମାପଚୁପ ବାପା ମତେ ଶିଖାଇ ଦେଉଥିଲେ।

ଅନୁଭବ କଲି ସାଇକେଲ ଚଢି଼ କେବଳ ପାଠ ପଢ଼ିବାକୁ ଯିବି ନାହିଁ, ବରଂ ଘରେ ସଉଦା ପତ୍ର ମାଆଙ୍କ ପାଇଁ ଆଣିଦେବି । ସାନ ଭାଇଭଉଣୀଙ୍କୁ ପାଖରେ ଥିବା ବିଦ୍ୟାଳୟରେ ପହଞ୍ଚାଇବାରେ ସକ୍ଷମ ହେବି । ଜୀବନରେ ଲକ୍ଷ୍ୟ ରଖିଥାଏ ଖୁବ୍ ଭଲରେ ମନଲଗାଇ ଏଥର ପାଠ ପଢିବି । ପ୍ରତ୍ୟେକ ମୁହୂର୍ତ୍ତରେ ବାପାଙ୍କ କଥା କାନରେ ଗୁଣୁଗୁଣୁ ହୁଏ "ସଫଳତା ପାଇବାକୁ ହେଲେ ମାଆ ! କେତେ ପଡ଼ିବୁ, କେତେ ଖଣ୍ଡିଆ ଖାବରା ହେବୁ, ହାରିବୁ ନାହିଁ.... କୋଶିଶ୍ କରନେ ୱାଲୋୱ କି କଭି ହାର୍ ନହିଁ ହୋତି ...."


ଜୀବନଟା ସଂଘର୍ଷମୟ । ମାତ୍ର ପ୍ରତ୍ୟେକ ସଂଘର୍ଷକୁ ସାଇକେଲ ଚଳାଇବା ଶିଖିବା ପରି ମତେ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜର ସହ ଜିତିବାକୁ ଉତ୍ସାହ ମିଳିଲା । ଦିନ ଗଡ଼ି ଚାଲିଲା ଓ କିଛି ବର୍ଷ ପରେ ବାପାଙ୍କ ଇଚ୍ଛାରେ ମୋର ସାଇକେଲ ଗ୍ରାଜିଆକୁ ପରିବର୍ତ୍ତନ ହେଲା......


 ବାପା କେବଳ ସାଇକେଲ ଚଲାଇବା ଶିଖାଇନଥିଲେ, ସେ ସଂସାର ଭିତରେ ଘର ଚଳାଇବା ଶିକ୍ଷା ଦେଇଥିଲେ।




Rate this content
Log in

Similar oriya poem from Inspirational