STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ବାପା ଙ୍କ ତ୍ୟାଗ ରଙ୍ଗ -ରୀତା

ବାପା ଙ୍କ ତ୍ୟାଗ ରଙ୍ଗ -ରୀତା

1 min
98

ବାପାଙ୍କ ତ୍ୟାଗର ରଙ୍ଗ କାହାକୁ ଜଣାପଡେନି

କଣ ପାଇଁ ତା ମୁଁ ଜାଣିପାରେନି

ହେଲେ ବାପା ସେଇ ତତଲା ଖରା ରେ

ଜମିରୁ ଫେରି

ମୁଁ କଲେଜ ଆସିଲେ ମୋ ଭଲ ମନ୍ଦ ଆଗ

ପଚାରିବସନ୍ତି

ବୋଉ କୁ ତାଗିଦ କରନ୍ତି

ମୋ ଝିଅ କେତେ ସୁଖି ଗଲାଣି

ତାକୁ ଟିକେ ଭଲ କରି ଖୁଆଇବାକୁ

ବୋଉ ବି ଭୁଲିଯlଏ ବାଉଳାରେ

ବାପାଙ୍କ ପେଟ ଭୋକରେ ଜଳୁଥିବ

ମୁଁ ଜିଦ କରେ ମିଶିକି ଖାଇବାକୁ

ବାପା ମୋ ମଥା ଉପରେ

ହାତ ରଖି କୁହଁନ୍ତି

ମୁଁ ତାଙ୍କ ଲକ୍ଷ୍ମୀ ଅନ୍ନପୂର୍ଣ୍ଣା

ମୋ ବାପା ସବୁବେଳେ

ଆମ ଫୁଲ ବାଛି ବାଛି ନିଜେ କଣ୍ଟା ନେଲେ

କଣ ସୁଖ ଦେଇଛି ମୁଁ ଜାଣେନି

ହେଲେ ଶିଖିଛି ଅନେକ କିଛି

ସ୍ନେହ ,ଦୟା ତ୍ୟାଗ

ଓ ମମତା

ମୁଁ ବି ଗର୍ଵ କରେ ବାପା ତୁମ ପାଇଁ

ତୁମେ କୃଷକ

ଯିଏ ଦିଏ ଦୁନିଆ କୁ ଆହାର

ବାପା ତୁମେ ଓ ମା ଦୁହେଁ ମୋ ଚଳନ୍ତି ଠାକୁର

ସଦା ମୁଁ ସେବୁଥିବି ତୁମ ଦୁହିଁଙ୍କ ପୟର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract