STORYMIRROR

Anjana Naik,Anju..Deogarh

Tragedy

4  

Anjana Naik,Anju..Deogarh

Tragedy

ବାପା ମୁଁ ଘରକୁ ଯିବି

ବାପା ମୁଁ ଘରକୁ ଯିବି

1 min
1.4K


ନଅ ଦିନ ହେଲା ଯୁଦ୍ଧ ସରୁ ନାହିଁ 

ୟୁକ୍ରେନ-ରୁଷର ତିକ୍ତତା ବଢୁଛି

ଘରକୁ ଯିବାକୁ ଆଗ୍ରହ ପ୍ରବଳ 

ଘଡି ଘଡି ମନ ଉଡି ବୁଲୁଛି

ମନ କଥା କିକହିବି ଆଖି ବନ୍ଦ କଲେ 

ତୁମ ମାନଙ୍କର ମୁହଁ ନାଚି ଉଠୁଛି

ମାକୁ କହିବ କାନ୍ଦିବନି ଜମା

ତା ପାଖକୁ ଯିବାକୁ ଚେଷ୍ଠା କରିବି  

ସହରରେ ପରା କର୍ଫ୍ୟୁ ଲାଗିଛି

ସେଥିରୁ ଟିକେ କୋହଳ ହେଲେ 

କୌଣସି ଗୋଟେ ବାଟ ଖୋଜିବି

ବାପା ମୁଁ ଘରକୁ ଯିବି ॥


ଜୀବନ ବିକଳରେ ଘରୁ ବାହାରୁନି 

ବାହାରେ ଗୁଳିର ଶବ୍ଦ ଶୁଭୁଛି 

ସଞ୍ଚିତ ଖାଦ୍ୟ ସରିଯିବ ବୋଲି  

ବଞ୍ଚିବା ପାଇଁ ଅଳ୍ପ ଅଳ୍ପ ଖାଊଛି

ଉପର ଟାଙ୍କିରୁ ପାଣି ସରିଲାଣି 

ଇଲେକ୍ଟ୍ରିକ ନାହିଁ କେମେତି ପାଣି ଟାଣିବି

ରାସନ-ପାଣି କୋଉଠୁ ଆଣିବି 

ବାପା ମୁଁ କଣ କରିବି

ବାପା ମୁଁ ଘରକୁ ଯିବି ॥


ରାତିରେ ବି ନିଦ ପଡୁ ନାହିଁ ଜମା 

ତୋପ ଶବଦରେ ଭୁଇଁ ଥରୁଛି

ପଡୋଶୀ ଲୋକଠୁ ଖବର ପାଇଲି 

ଆମ ପାଖ ଇଲାକାରେ ବୋମା ଫୁଠୁଛି 

ବାପା ମୋ ଛାତି ଧଡ଼ ଧଡ଼ ଥରୁଛି 

ଆଜି ଭାରି କାନ୍ଦ କାନ୍ଦ ଲାଗୁଛି 

ସରକାରଙ୍କୁ ଜୀବନ ଭିକ୍ଷା ମାଗିଛି

କେମିତି ଏଠାରୁ ଉଦ୍ଧାର ହେବି

ବାପା ମୁଁ କଣ କରିବି

ବାପା ମୁଁ ଘରକୁ ଯିବି ॥


ଖାର୍ଭୀକ ସହରରୁ ବାହାରି ହେଉନି

ବେଳା ବଦଳିଲେ କିଛି ଉପାୟ କରିବି

ପାଖ ସହର ବାହାରେ ବିମାନ ରହିଛି

ବିମାନ ବନ୍ଦର ମୁଁ ନିଶ୍ଚୟ ଯିବି 

ଗାଡ଼ି ମୋଟର କିଛି ଚ଼ାଲୁନାହିଁ 

ଅନ୍ଧାର ରାତିରେ ପଚାଶ ମାଇଲ 

ଏତେ ବାଟ କି ମୁଁ ଚାଲି ପାରିବି

ବାପା ମୁଁ କଣ କରିବି

ବାପା ମୁଁ ଘରକୁ ଯିବି ॥


ଅପରେଶନ ଗଙ୍ଗା ଆମକୁ ଡାକିଛି 

ମୋ ହାତରେ ତ୍ରିରଙ୍ଗା ପତାକା ଧରି

ସେଥି ପାଇଁ ମୁଁ ସଜ ହେଉଛି

ଭାଇ-ଭଉଣୀଙ୍କୁ ବୁଝେଇ କହିବ

ଜଲଦି ତାଙ୍କ ପାଖକୁ ଯିବି

ସହରର ସବୁ ରାସ୍ତା ଘାଟରେ

ଗୋଛା ଗୋଛା ପରା ଲାସ ପଡ଼ିଛି 

କେମିତି କହିବି କଣ ଘଟିବ

ଆଜି ମୋତେ ଭାରି ଡର ଲାଗୁଛି 

ଘଡ଼ି ଘଡ଼ି ପରା ଦେହ ଥରୁଛି

ତଥାପି ମୁଁ ପ୍ରସ୍ତୁତ ହେବି

ବାପା ମୁଁ ଘରକୁ ଯିବି ॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy