STORYMIRROR

Ajay kumar Behera

Children

3  

Ajay kumar Behera

Children

ବାପା ମୋତେ ଆଉ

ବାପା ମୋତେ ଆଉ

1 min
196


ବାପା ମୋତେ ଆଉ

ଘର ପଢ଼ା ଜମା

ଭଲ ଲାଗୁ ନାହିଁ

ବିଦ୍ୟାଳୟକୁ ଗୋ

ଦିଅ ପଠେଇ

ସିଲଟ ଖଡ଼ିରେ

ଗାରେଇ ଗାରେଇ

ଥକି ପଡିଲିଣି

ହାତେ ମୋର ତୁମେ

ଖାତା କଲମ ଗୋ

ଦିଅ ଧରେଇ।।


ତୁମ ସୁନା ଝିଅ

ଅବୁଝା ହେବିନି

ସତ କହୁଛି ମୁହିଁ

ସାଙ୍ଗ ସାଥି ମେଳେ

ପଢିବି ଲେଖିବି

କେତେ କଥା ଜାଣିବି ମୁହିଁ

ଘରେ ଏକା ଏକା

କେତେ ମୁଁ ପଢିବି

କହୁନ କାହିଁ କି ବାପା

ତୁମ ଗେହ୍ଲା ଝିଅ

ପଛରେ ରହିବ

ଭାବୁନ ତୁମେ ତ କାହିଁ।।


ପଢିବି ଲେଖିବି

ନାଚିବି ଗାଇବି

ସଭିଏଁ ଦେଖିବେ ମୋତେ

ବାପାଙ୍କ ହୀରା ମୁଁ

ଝଟକୁ ଥିବି                                 

ଚିକି ମିକି ହୋଇ

ମୋ ପଛରେ ଥିବେ ସବୁ

ଆଗରେ ଥିବିଟି ମୁହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children