STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ବାପା ମାଆ ଚଳନ୍ତି ଠାକୁର

ବାପା ମାଆ ଚଳନ୍ତି ଠାକୁର

1 min
13.7K


ଶିବଲିଙ୍ଗ ଟିକୁ ମଣିଷ କରିଛି ।।

ତାକୁ ତୁମେ ପୂଜା କରୁଛ

ଦାରୁମୁର୍ତି ବି ମଣିଷ କରିଛି

ନିଷ୍ଠାର ସହ ପୁଜୁଛ

ଦେବା ଦେବୀ ମୂର୍ତ୍ତି ମଣିଷ କରିଛି

ପୂଜା କରିବାରେ ଲାଗିଛ

କିଛି ଆଶା ରଖି,ନିଜ ସ୍ୱାର୍ଥ ପାଇଁ

ପୂଜା କରିବାରେ ଲାଗିଛ

କୂଟ କଳ୍ପନା ପେଟରେ ରଖି

ଭକ୍ତିର ପ୍ରମାଣ ଦେଉଛ

ହେଲେ ଯିଏ ତୁମକୁ ଜନମ ଦେଇଛି

ତାଙ୍କୁ ଅବହେଳା କରୁଛ ||


ନିଷ୍ଠା ଓ ତ୍ୟାଗକୁ ପଛରେ ପକେଇ

ମନେ ମନେ ଗୂଡ଼ ଖାଉଛ

ବାପା ମାଆଙ୍କୁ ଅବହେଳା କରି

କେହି ବଡ଼ ହୋଇନାହଁ

ଜନମ ଦେଲା ଯେ ଦୁନିଆଁରେ ତୋତେ

ଚଳନ୍ତି ଠାକୁର ସେହି

ମାନବ ସେବା ମାଧବ ସେବା

ଗୀତାରେ ଲେଖା ହୋଇଛି

ଏଇ ଧର୍ମକୁ ପାଳନ କରଯେ

ଯୁଗେ ଯୁଗେ ପୂଜା ପାଇଛି ||


ନିରଞ୍ଜନ


(ଠାକୁର ପୂଜା କରନ୍ତୁ ତା ସହ ଯଦି ବାପା ମାଙ୍କୁ ପୂଜା ନ କର ସେପୂଜାର ମାନେ କିଛି ନାହିଁ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational