STORYMIRROR

Kabiratna Nutan Kumar Behera

Action Inspirational

4  

Kabiratna Nutan Kumar Behera

Action Inspirational

ବାପା କହୁଥିଲେ

ବାପା କହୁଥିଲେ

1 min
265

ବାପା କହୁଥିଲେ

ବାବୁରେ, ଏ ଦୁନିଆଁଟା ଭାରି ଅଜବ

ହାତେ ମାପି ଚାଖଣ୍ଡେ ଚାଲିବୁ

ଜୀବନଟା ଲାଗିବ ତୋତେ ସହଜ

କାହା ମନରେ ଦେବୁ ନାହିଁ କିଛି କଷ୍ଟ

ବେଳ ପାଇଲେ ସେ କରିବ ତୋର ଅନିଷ୍ଟ

ବୁଝି ବିଚାରି କରିବୁ ଭଲ କାମ

ଠକ ଅଳସୁଆ ନହୋଇ କରୁଥିବୁ ପରିଶ୍ରମ

ଆୟ ଦେଖି ତୋର କରିବୁ ବ୍ୟୟ

ସମ୍ଭବ ଯେତିକି କରୁଥିବୁରେ ସଞ୍ଚୟ

ହାତ ମିଳାଇ ଚାଲୁଥିବୁ ସବୁରି ସାଥେ

ରହିଥିବୁ ତୁ ସଦା ସତ୍ୟ ପଥେ

କରିବୁନି କେବେ ଅନ୍ୟାୟ ଅନୀତି

ଜାଣି ଜାଣି କରିବୁନି କାହାରି କିଛି ବି କ୍ଷତି

ସଭିଁଙ୍କ ସହିତ ରଖିଥିବୁ ଭଲ ସଂପର୍କ

ଅଯଥା କାହା ସାଥେ କରିବୁନି ତର୍କ ବିତର୍କ

ସବୁବେଳେ ରହିଥିବୁ ସତର୍କ।

ବାପା କହୁଥିଲେ

ବାବୁରେ, ଅତି ଗର୍ବେ ହତ ଲଙ୍କା 

ଜୀବନର ସିଧା ରାସ୍ତା ହୋଇଯାଏ ବଙ୍କା

ଯଦିଓ ଚଳିବା ପାଇଁ ଅତି ଦରକାର ହୁଏ ଟଙ୍କା

ଉଚିତ ଉପାୟେ କରିବୁ ରୋଜଗାର

ଆଗକୁ କିଛି ଆସିବ ନାହିଁ ସନ୍ଦେହ ଶଙ୍କା

ନିଜର ସ୍ବଭାବ ଗୁଣ ଚରିତ୍ର ରଖି ଉତ୍ତମ

କରି ଚାଲିଥିବୁ ଜୀବନ ସଂଗ୍ରାମ

କହୁଥିବୁ ସମସ୍ତଙ୍କୁ ବିନୟ ମଧୁର ଭାଷା

ମନେ ରଖିଥିବୁ ଉଚ୍ଚ ଆଶା

ଛୁଇଁବୁନି କେବେ ବି କିଛି ନିଶା

ସେ ସବୁ ନେଇ ଆସିବ ଜୀବନରେ ଦୁର୍ଦ୍ଦଶା

ନେଉଥିବୁ ନିଜର ଠିକ୍ ଠିକ୍ ଯତ୍ନ

ମନେ ରଖିଥିବୁ ସ୍ଵାସ୍ଥ୍ୟ ହିଁ ଅସଲ ରତ୍ନ

ଘରକୁ ଭାବି ଏକ ପବିତ୍ର ସୁନ୍ଦର ମନ୍ଦିର

ଶାନ୍ତ ନମ୍ର ଭାବରେ ଚାଳାଉଥିବୁ ସପରିବାର

ମନକୁ ଆଣିବୁନି ତୋର କ୍ରୋଧ

ସାଧ୍ୟର କାମ ବି ହୋଇଯିବ ଅସାଧ୍ୟ

ସଞ୍ଜ ସକାଳେ ଭଗବାନଙ୍କୁ କରୁଥିବୁ ସ୍ମରଣ

ମହାପ୍ରଭୁ ଘୁଞ୍ଚାଇ ଦେବେ ସବୁ କଷଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action