Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.3  

BISWESWAR MAJHI

Inspirational

ବାପା: ଏକ ନିଃଶବ୍ଦ ଅନୁଭୂତି

ବାପା: ଏକ ନିଃଶବ୍ଦ ଅନୁଭୂତି

1 min
174



ବାପା ଏକ ନିଃଶବ୍ଦ ଅନୁଭୂତି

ଭୂମିରୁ ଭୂମାକୁ ଯାହାର ବ୍ୟାପ୍ତି।


ବାପା ପର୍ବତ ପରି ଶୁଷ୍କ ଋକ୍ଷ

ବାପା ପିଠି ପରି ବୋଝକୁ ଦକ୍ଷ।


ବାପାଙ୍କର ନୁହନ୍ତି ସୂକ୍ଷ୍ମ ଚେତା

ଅହଂକାରୀ ପରି ଥାଏ ମଥା।


ବାପା ନାରିକେଳ ପରି ଟାଣ

ବାପା ଥାଆନ୍ତି ସଦା ମ୍ରିୟମାଣ।


ବାପା ମୂର୍ତ୍ତି ଗଢିବା କାରିଗର

ନିହାଣ ପିଟନ୍ତି ଧରି ମୁଗୁର।


କାରଣ

ଯିଏ ସହିଗଲା ମୂର୍ତ୍ତି ବନିଲା

ମନ୍ଦିରରେ ବସି ପୂଜା ପାଇଲା।


ଯିଏ ନ ମାନିଲା ବିଦ୍ରୋହ କଲା

ଭାଂଗିଯାଇ ରାସ୍ତାରେ ପଡିଲା।


ହିରଣ୍ୟକଶ୍ୟୁପ ଥିଲେ ପିତର

ଭକ୍ତ ପ୍ରହଲାଦ ହୁଏଟି ପୁତ୍ର।


ବାପାର ଅଭିନୟ ସବୁଠାରୁ କଷ୍ଟ

ବାପା ନଷ୍ଟ ହେଲେ ସଂସାର ନଷ୍ଟ। 



Rate this content
Log in

Similar oriya poem from Inspirational