STORYMIRROR

Ranjan Kumar Brahma

Inspirational

2  

Ranjan Kumar Brahma

Inspirational

ବାପା ( ବା' )

ବାପା ( ବା' )

1 min
13K


ମୋ ପ୍ରାଣରେ ବାଆ

ଯେବେଠୁ ବହିଲା

ସେବେଠୁ ଡାକିଲି ବା' ।

କୋଳରେ ଉଠାଇ

ମୋ ଅଙ୍ଗୁଳି ଧରି

କହିଲେ ଆଗେଇ ଚା' ।।୧।।

ଖେଳାଇ ବୁଲାଇ

ଦୁନିଆ ଦେଖାଇ

ବତାଇଲେ ସବୁ କା’ ।

ହସିଲି କାନ୍ଦିଲି

ହାରିଲି ଜିତିଲି

କହିଲି ନି ଜମା ନା’ ।।୨।।

ଅଭୟ ବରରେ

ଅଗ୍ରସର ହେଲି

ସର୍ବଦା ସେ ମୋର ସା' ।

ବିଧାତା କରନ୍ତୁ଼

ସଭିଙ୍କୁ ଦିଅନ୍ତୁ

ମୋ ବା' ପରି ଗୋଟେ ବା' ।।୩।।

ରଞ୍ଜନ କୁମାର ଵ୍ରହ୍ମା

ଶିକ୍ଷକ- CRCC, ଚିକିଟୀ ଗଡ଼ ,


Rate this content
Log in

Similar oriya poem from Inspirational