STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ବାପ ଥିଲା ପୁଅ ସଭାରେ ହାରେନା

ବାପ ଥିଲା ପୁଅ ସଭାରେ ହାରେନା

3 mins
189



  ସନାତନ ବାବୁଙ୍କ ପଡିଶା କଲ୍ୟାଣୀ ମଣ୍ଡପ, ତିଥି ଅନୁଯାୟୀ ବାହାଘର, ବ୍ରତଘର, ଜନ୍ମଦିନ ହୁଏ ସେଠାରେ ତ ନିମନ୍ତ୍ରିତ ଅତିଥି ଅଭ୍ୟାଗତଙ୍କ ସାଇକେଲ ଠାରୁ ଆରମ୍ଭ କରି ଦିଚକିଆ, ଚାରିଚକିଆ ଯାନ ବାହାନ ରେ ସନାତନ ବାବୁଙ୍କ ଦାଣ୍ଡ ଦୁଆର ଏମିତି ଜାମ ହୁଏ ଯେ, ନିଜଗାଡିଟି ସହଜରେ ଘରୁ କାଢ଼ିବା ଓ ଘରକୁ ଆଣିବା ସମ୍ଭବ ହୁଏନି ବାପା ସନାତନ ବାବୁଙ୍କ ପକ୍ଷରେ କି ପୁଅ ସୁମିତ ପକ୍ଷରେ l

    ପୁଅ ଦେଖେ ତା ଆସିବା ସମୟ ହେଲେ ବାପା ସନାତନ ବାବୁ ନିଜେ ଦାଣ୍ଡଦୁଆରେ ଉପସ୍ଥିତ ରହି ଲୋକ ମାନଙ୍କର ଚାବି ପଡ଼ିଥିବା ସାଇକେଲ ଗୁଡିକୁ ଟେକି ଟେକି ସାଇଡ ବା ନିଜ କାନ୍ଥକୁ ଆଉଜେଇ ଜାଗା କାଢନ୍ତି ପୁଅର ଗାଡିଟି ଯେପରି ସୁବିଧାରେ ଘରେ ପଶିପାରିବ, ବେଳେ ବେଳେ ଅନ୍ୟ ବାଇକ ବାଲା ମାନଙ୍କୁ ଅନୁରୋଧ କରନ୍ତି ଗାଡ଼ିଗୁଡ଼ିକୁ ସାଇଡ କରି ରଖିନେଲେ ଆମେ ଅନ୍ତତଃ ଘରୁ ବାପ ପୁଅ ଦୁହେଁ ସୁବିଧାରେ ଗାଡି ବାହାରକୁ ଓ ବାହାରୁ ଘରକୁ ଆଣିପାରିବୁ, କିଏ ଶୁଣେ ତ କିଏ ସବୁ ଶୁଣି ବାଟ ବନ୍ଦ ହେଲା ପରି ରଖେ l

   ଥରେ ଥରେ ପୁଅ ସୁମିତ ବିଗିଡି ଯାଇ ବାଇକ ଗୁଡିକୁ ଠେଲି ଫୋପାଡ଼ି ଦେବାକୁ କୁହେ ତ ସନାତନ ବାବୁ ବୁଝାନ୍ତି, ପୁଅକୁ ଗାନ୍ଧିଜୀ ଙ୍କ ଉପାଖ୍ୟାନ ଦେଇ କୁହନ୍ତି ସେ କେମିତି "ଜଣେ ଗୋଟେ ପଟ ଗାଲକୁ ଚାପୁଡ଼ା ମାରିଲେ ଆରପଟ ଗାଲ ଦେଖାଇ ଦେବାକୁ" କହି ମହାତ୍ମା ହୋଇଗଲେ, ତାର ଅର୍ଥ ବୁଝିବାକୁ ଚେଷ୍ଟା କର l

   ସୁରମା ଦେବୀ ଚିହିଁକି ଆସି କୁହନ୍ତି ତୁମେ ସେ ପଡୋଶୀଙ୍କୁ ସଚେତନ ନକରି ପୁଅକୁ ଏମିତି କହୁଛ ଯେ, ଦେଖିନ ବାଡ଼ିପଟେ ଆମେ ଆମ ନିଜ କାନ୍ଥରେ ବାଉଁଶ ଗଣ୍ଡେ ଡେରିଥିଲେ ଯେ ସେ କିପରି ଅଭିଯୋଗ କରିଥିଲା, ସେହି ବାଉଁଶ ଦେଇ ନାଗସାପ ତା ବାଡ଼ି ରେ ପଶିଗଲା ବୋଲି, ଆଉ ତା ବାହାଘର ବ୍ରତଘର ବେଳେ ସବୁ ଲୋକ ଆମ ଦାଣ୍ଡ ଦୁଆରେ ଗାଡି ରଖି ଜାମ କରୁଥିଲା ବେଳେ ଆମେ ଘରୁ ଗୋଡ କାଢି ଯାଇ ଆସି ପାରୁନେ, ତୁମେ କିଛି କହିବନି, ଖାଲି କଣ ସେତିକି ବରଯାତ୍ରୀମାନଙ୍କ ଗଣ୍ଡଗୋଳ ମାରପିଟ, ହୋହାଲ୍ଲା ବି ଆମରି ଦୁଆରେ, ରାତି ବାହାଘର ବେଳେ ବଜା, ବାଣ, ଡିଜେ ରେ କାନ ଅତଡ଼ା, କିଏ ସମ୍ଭାଳିବ ଏସବୁ?? 

   ସନାତନ ବାବୁ ଘରଣୀ ମୁଁହ କୁ ଚାହିଁ ସେହି ପୂର୍ବ କଥା କୁହନ୍

ତି ଥରେ ଅଭିଯୋଗ ପୂର୍ଣ୍ଣ କଥା କହିଦେଲେ ସେ କଥା ଆଉ ଫେରେନା ସୁରମା ବରଂ ସେହି ଲୋକ ଶତ୍ରୁ ପାଲଟି ଯାଏ, ତ ଟିକେ ସହିନିଅ, କଥାରେ ପରା ଅଛି "ଘର କରିଥିଲେ ପଥର ପଡିଲେ ସହି ", ଆଉ ଏ କିବା କଥା ସମୟ ସବୁ ସୁଧାରି ନେବ, ସହିବା ଲୋକ ବଡ଼ ନା କହିବା ଲୋକ ବଡ଼?, ଗାନ୍ଧିଜୀ ତିନି ମାଙ୍କଡ଼ ରଖି କଣ ସବୁ ଶିକ୍ଷା ଦେଇଥିଲେ ତାର ଗୁଢତତ୍ତ୍ୱ ବୁଝିବାକୁ ଚେଷ୍ଟା କର, ସୁରମା ସିନା ରାଗ ତମତମ ହୋଇ ଚାଲିଯାନ୍ତି, ହେଲେ ପୁଅ ସୁମିତ କଣ ସବୁ ବୁଝେ କେଜାଣି ବାପାଙ୍କ କଥା ଶୁଣୁ ଶୁଣୁ ନଖରେ ଗାର କାଟୁଥାଏ ଭୂମିପରେ, ଆଉ ଚଳିଯାଏ ତା ବାଟରେ l

    ସେଦିନ ବି ପଡୋଶୀ କଲ୍ୟାଣୀ ମଣ୍ଡପ ରେ ଦଳୀୟ କର୍ମୀ ସଭାର ଆୟୋଜନ, ଖାଲି ଗାଡି ସାଇକେଲ ନୁହେଁ, ସନାତନ ବାବୁଙ୍କ ଘର ଆଗ ରାସ୍ତା ସାରା ଥରକୁ ଥର ପଙ୍ଗତ ଚାଲିଛି ବ୍ୟାଚ ପରେ ବ୍ୟାଚ ତ ସେହିଦିନ ସୁଦୂର କୋରାପୁଟ ରୁ ଝିଅ ଜୋଇଁ ନିଜ କାର ନେଇ ଘାଟି ପାର ହୋଇ ଟିକି ନାତୁଣୀସହ ପହଂଚିବାର ଖୁସି ସହ ଗାଡ଼ିଟା କେଉଁଠି ରହିବ ଚିନ୍ତାରେ ପରିବାର ବ୍ୟସ୍ତ ଥିଲା ବେଳେ, ଫୋନ ଆସିଗଲା ରାତିସାରା ଗାଡି ଚଲେଇ ସେମାନେ ବଜାର ରେ ପହଂଚି ଗଲେଣି ତ ପୁଅ /ଭାଇ ସୁମିତ କଷ୍ଟେ ମଷ୍ଟେ ବାଇକ ନେଇ ବାହାରିଗଲା, ସନାତନ ବାବୁ କିଛି ବୁଝିବା ପୁର୍ବରୁ ପୁଅ ଝିଅ ଜୋଇଁ ଓ ଟିକି ନାତୁଣୀ ସହ ଚାଲି ଚାଲି ଗାଡି ଓ ପଙ୍ଗତ ଗହଳି ରେ ନଇଁପଡି ହାତ ଦେଇ ଦେଇ ଘରେ ପହଁଚିଲା, ସୁରମା ସହ ଅନ୍ୟ ମାନଙ୍କର ବନ୍ଦାପନା ସ୍ୱାଗତ ଭିତରେ ଝିଅ ପଡିଶା ଘର ମାଲିକ ଙ୍କୁ ଦେଖି ମାମୁଁ କହି ମୁଣ୍ଡିଆ ମାରୁଥିଲା, ସନାତନ ବାବୁ ଗାଡି ଓ ବାଇକ କେଉଁଠି ପ୍ରଶ୍ନ ର ଉତ୍ତରରେ ପୁଅ ତା ସାଙ୍ଗ ଘରେ ସୁବିଧାରେ ରଖିଦେଇଛି କହି ଥରକୁ ଥର ଚାଲି ଚାଲି ଗାଡି ସବୁ ଅତିକ୍ରମକରି, ଝିଅ ଜୋଇଁ ଆଣିଥିବା ମିଠା ପ୍ୟାକେଟ ଓ ଲଗେଜ ଘରେ ରଖିବାର ବ୍ୟବସ୍ଥା କରୁଥିଲା, ଝିଅ ମଧ୍ୟ ପଡୋଶୀମାନଙ୍କ ଘରକୁ ମିଠା ନେଇ ଯାଉଥିଲା ଆଉ ସେ ଦୃଶ୍ୟରେ ସନାତନ ବାବୁ ଖୁସିରେ ନାତୁଣୀ କୁ କୋଳକୁ ନେଉଥିଲେ l

   ଝିଅ ଚାଲି ଯିବା ପରେ କଲ୍ୟାଣୀ ମଣ୍ଡପ ରେ ଯେତେ ବାହାଘର ବ୍ରତଘର ଇତ୍ୟାଦି ଫକ୍ସନ ହୁଏ, ମାଲିକ ନିଜେ ଠିଆ ହୋଇ ବା ଲୋକ ନିଯୁକ୍ତି କରି ଗାଡି ଗୁଡିକ ଠିକ ଠାକ ପାର୍କିଙ୍ଗ କରିବା ଦୃଶ୍ୟ ରେ ବାପ ପୁଅ ବିଭୋର ହୁଅନ୍ତି l



Rate this content
Log in

Similar oriya poem from Abstract