STORYMIRROR

Kulamani Sarangi

Inspirational

3  

Kulamani Sarangi

Inspirational

ବାଣୀପୁତ୍ର ଗଦାଧର ସିଂହସାମନ୍ତ

ବାଣୀପୁତ୍ର ଗଦାଧର ସିଂହସାମନ୍ତ

1 min
13.3K



ବାଣୀପୁତ୍ରଙ୍କର "ଦ୍ବିତୀୟା ଚନ୍ଦ୍ର ବର୍ଣ୍ଣନା" ତ ଜାରି ରହିବ,ଆସନ୍ତୁ

ତା ଭିତରେ ତାଙ୍କର ରାଧା-କୃଷ୍ଣ ପ୍ରୀତି ସମ୍ପର୍କିତ ସୁନ୍ଦର କବିତାଟିଏ ଶୁଣିବା।

କାନନ ଭ୍ରମଣ ସମୟରେ, କୃଷ୍ଣ ରାଧାଙ୍କ ସହିତ ରତି ରସାମୃତ ପାନରେ ନିମଗ୍ନ।ତାହା ଦେଖି କବି କହୁଛନ୍ତି.....

******************************************

"ଧରା ମଣ୍ଡିଲାରେ ଯତିବୃନ୍ଦ ସୁମତି ହରା,

ବିପିନ ବିହାର ସମୟକୁ ପଡିଥିଲା ଡାହାଣିଆ ଖରା।୦ା

ସୁରମଣି ସୁରମଣୀଙ୍କ ପାଶରେ ଥିଲାପରି ଅପସରା,

ସଜନୀ ସଜନୀରଜବାସିନୀର ସଙ୍ଗେ ରହିଥିଲେ ଭରା।୧।

ପିଅନ୍ତେ ବଧୁଲି ମଧୁ ମଧୁଲିଟ ସରଜି ନୟନ ଠରା,

କରୁଥିଲା ସରୁକଟି ମନସିଜ ଶରକୁ ମହତସରା।୨।

ଭାଷା ପଦ ପଦକରେ କି ଦିଶିଲା ନାସା ଗଜମୋତି ଥରା!

ଚାହିଁଦେବେ ଯେବେ କ୍ଷଣକ ଭିତରେ ହର ହେବେ ଦରମରାା୩ା

ଘେନୁ ଉଚ୍ଚ କୁଚ,କାଞ୍ଚୁଲି ଫୁଟାଇ ଦେବା ଶୋଭା ପରମ୍ପରା,

କିଙ୍କିଣୀ ରଟିଲା ଯାହା ସେ ପିଟିଲା ମେରୁ ବିଜୟ ନାଗରା।୪।

ତ୍ରିପୁର ସୁନ୍ଦରୀ ସୁନ୍ଦରତା ଜିଣି ସତେକି ପଲ୍ଲବା ଧରା!

ଫୁଲ୍ଲ ମଲ୍ଲିମାଳା କୀରତିରେ କଲା ସୁତନୂକୁ ସାଡମ୍ବରା।୫।

କି ମାନୁଥିଲା ତା ଚାରୁ ଚିବୁକକୁ କନକ ସେବତୀ ତରା,

ଅଳପ ଅଳପ ଝୁଲି ଯାଉଥିଲା ନାଟୁଆ ନିଆଳି ଝରା।୬।

ହରି ଗରିବର ସେ ନାଗରୀବର ସିନା ସାର ସୁନା ଗରା,

କହେ ଗଦାଧର କେଶରୀ କେ ସରି ନଥିବେ ତାହାକୁ ପରାା୭ା"

********************************************

ଟୀକା-----ସୁରମଣି...ଇନ୍ଦ୍ର,ତାଙ୍କ ସୁରମଣୀ...ଶଚୀ,ସଜନୀରଜ ବାସିନୀ ....ସଜ ପଦ୍ମଗନ୍ଧା ,ମଧୁଲିଟ...ଭ୍ରମର ମନସିଜ...କନ୍ଦର୍ପ

ଫୁଲ୍ଲ..ବିକସିତ,କେଶରୀ...ସିଂହ

--------------------------------------------------------------------

ଗଦାଧର ସିଂହଙ୍କର ସମସ୍ତ ରଚନା ଆଦି ରସାତ୍ମକ ଏବଂ ପ୍ରୀତିମଧୁରେ ପରିପୂର୍ଣ୍ଣ।ସେ ମଧୁ ଆସ୍ବାଦନ କରିବା ପାଇଁ ଚିହ୍ନରା ମଧୁପର ଆବଶ୍ୟକ।ବନ୍ଧୁ ! ମୋର ଆଶା ଆପଣ ସେହି ମଧୁର ମଧୁପ।


Rate this content
Log in

Similar oriya poem from Inspirational