ବାଣ ପୁରର ବାଘ
ବାଣ ପୁରର ବାଘ
ଅରଂଗ ଗଡ ବାଣ ପୁର ର ବାଘ
ତୁମେ କୃତ୍ତିବାସ ପାଟଷାଣୀ
ସେନାପତି ଥାଇ କେତେଯେ ଲଢେଇ କଲ
ଆମ ଇତିହାସ ଅଛି ଜାଣି ।
ଜନମିଥିଲ ତୁମେ ପାଇକର ବଂଧୁ ହୋଇ
ଥିଲ ସଂଯମୀ ଚିରତ୍ୟାଗୀ ।
ଏ ପାର୍ଇକ ମାନଂକର ସେନାପତି ଥିଲ
ପ୍ରାଣ ଦେଲ ଜାତିର ଲାଗି ।
ସେବର ସତ୍ୟପାଇଁକି କରିଛ ଲଢେଇ
କେତେଆଡେ ଯେ ଲୁଚିଛପି ।
ଧନ୍ୟ ହେ ତମେ ଖୋରଧା ଗଡର ବୀର
ତମ ଗର୍ଜନ ଉଠେ କଂପି ।
ଏଠି ଚାରିଆଡେ ଯେବେ ଜଳିଉଠୁଥିଲା
ହିଂସାର ହୁହୁ ହୁତାଶନ ।
ତମେ ଦେଖେଇଛ କେତେ ବୀରତ୍ବର କାଷ୍ଠା
ତାଣ୍ଡବର ଲାଲ ଲେଲିହାନ ।
ଫିରିଂଗି ମାନଂକ ଲୁଣ୍ଠନ ଦେଶ , ରାଜ୍ୟ ର
ଯାଣିଯେ କହିଲ ରାଗରେ ।
ଏଠୁ ଯାଅରେ ଫିରିଂଗି ଛାଡରେ ଓଡିଶା
ଏହା ମୋର ଭାରତ ଦେଶ ।
ଆଜି ଜୀବନକୁ ମୁହିଁ ପଣକରିଅଛି
ମରିବି କି ମାରିଦେବି ରେ
ଓଡିଶାରପୁଅ ମୁଁ ପଖାଳଖିଆ ଛାତି
ଆଉ ତୁମକୁ ଛାଡିବିକି ରେ ।
ଏହି ଭଳି ଲୁଚିଛପି ଯୁଦ୍ଧ କେତେ କଲ
ସ୍ବାଧିନ ମା ବାଣପୁର ର ।
ନିଜ ଶ୍ବଶୁର ଚକ୍ରାନ୍ତ କରି ଧରେଇଲେ
ଫିରିଂଗିଂକ ଟଂକା ଆଳରେ ।
ଏ ଭଳି ଶ୍ବଶୁର କାହାର କେବେ ନରହୁ
ଭଗବାନ ହୁଅନ୍ତୁ ସାହା ।
ପ୍ରକାଣ୍ଡ ବେଇମାନଂକ ମଧ୍ୟେ ଗଣା ସିଏ
କୃତଘ୍ନଂକ ବଡ ବେହିଆ ।
କିଛି ପଇସା ପାଇଁ ଜ୍ବାଇଁକୁ ଧରାଇ
ସେ ଝିଅକୁ କରିଲା ରାଣ୍ଡ ।
ଧିକ ଜୀବନ ଏ ଧରାରେ ଏହି ମଣିଷର
ସେ ବଂଚଇ ହୋଇ ଭଣ୍ଡ ।
କୃତ୍ତିବାସଂକର ଜୟ ଜୟ ସଦା ରଟନ
ଚାଲୁଥିବ ଏହି ରାଜ୍ୟରେ ।
ବିଜୟ ତ୍ରୀରଂଗା ସର୍ବଦା ଗାଉଛି ହେ
ଦେଖୁଥାଅ ତୁମେ ସ୍ବର୍ଗର ।