STORYMIRROR

Sunanda Mohanty

Drama Others

3  

Sunanda Mohanty

Drama Others

ବାଳୁଙ୍ଗା ଠାକୁର ଓ ହୋଲି

ବାଳୁଙ୍ଗା ଠାକୁର ଓ ହୋଲି

1 min
237


ବାଳୁଙ୍ଗା ର ଅର୍ଥ 

ପିଲାଦିନେ ଲାଗୁଥିଲା ଅସହ୍ୟ 

ହେଲେ ସେ ଶବ୍ଦ ଟା ନଥିଲେ 

ବର୍ଷ ସାରା ଚାଷୀ କଣ କରନ୍ତା ଜମିରେ?

ସେମିତି ଛାତ୍ର ନଥିଲେ 

ଶିକ୍ଷକ କାହାକୁ ଶିଖାନ୍ତା 

ତୀର୍ଯ୍ୟକ ଦୃଷ୍ଟିରେ?

ଏଇଟା ଠିକ ସେଇଟା ଭୁଲ ବୋଲି !

ଆଉ ଯେବେ ତୁମକୁ କହ୍ନେଇ 

ବାଳୁଙ୍ଗା ଠାକୁର ବୋଲି କହିଥିଲେ କେହି 

ଘୃଣା ଓ ରାଗ ରେ ମୁହଁ ନେଲି ମୁଁ ଫେରାଇ 

ସେଇଥି ପାଇଁ କି କଣ 

ପାଖରେ ରଖିଲ 

ନିଜ କର୍ମ ଦୃଷ୍ଟାନ୍ତ ରୁ କିଛି ଧାର ଦେଲ 

ମୁଁ ତୁମକୁ କେତେ ବୁଝିବା ନ ବୁଝିବା ଭିତରେ 

ତୁମେ କରିଥିବା ଭୋଗିଥିବା ଅନେକ ରୁ ଧାପେ 

ମତେ କାହିଁକି ଯେ ଦେଲ?

ବୁଝିଗଲି ନାଟୁଆ କାହିଁକି କୁହନ୍ତି 

ବୁଝିଗଲି କୁଚକ୍ରୀ କାହିଁକି ବୋଲନ୍ତି 

ବୁଝିବି ଗଲି ସଖା ଅର୍ଜ୍ଜୁନଙ୍କୁ ଓ ଯଶୋଦା ମାଆଙ୍କୁ 

କାହିଁକି ଦେଖେଇଲ ବିଶ୍ୱରୂପ 

ତଥାପି ବୁଝିପାରୁନି ପ୍ରଭୁ 

ତମେ ବାଳୁଙ୍ଗା କାହିଁକି !

ବାଳୁଙ୍ଗା ନହେଲେ ତୁମ ପଛେ

ପଡ଼ିଥାନ୍ତି ମୁଁ କାହିଁକି?

ହୋଲି ଖେଳିବି ବୋଲି କି 

ତୁମ ରଙ୍ଗେ ରଙ୍ଗାଇ ମୋ ଇଚ୍ଛା ସବୁକୁ 

ବୋଧହୁଏ ପୂରଣ କରିବାକୁ 

ମୁଁ କିଏ ଅବା ତୁମେ ଖେଳିବ ମୋ ସହ ହୋଲି 

ଆଉ ଜମା ବାଳୁଙ୍ଗା କହିବିନି କାନମୋଡ଼ି ହେଲି 

ହୋଲି ଆର୍ଶୀବାଦ ଦିଅ ପ୍ରଭୁ 

ପୟରେ ସମସ୍ତ ରଙ୍ଗ ସମର୍ପିଲି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama