STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ବାଲିଯାତ୍ରା

ବାଲିଯାତ୍ରା

1 min
266


ଭୁଲି ତ ଯାଇଛୁ ଅନେକ ଦିନୁ

ଦରିଆପାରି ବ୍ୟାପାର ବଣିଜର ଗାଥା

ବୋଇତ ବାହି ସାତ ଦରିଆ ଡେଇଁ 

ଜାଭା ବାଲି ମାଳୟ ସିଂହଳ ସୁମାତ୍ରା ଯାଇ 

ଧନ ରତ୍ନ ଭରି ଘରକୁ ଫେରିବାର କଥା 

ଯାହା ଜାବୁଡ଼ି ଧରିଛୁ ଗଣ୍ଠିଧନ କରି

କତିପୟ ନଦୀର ଶୁଷ୍କ ସିକତା!!


ସେଥିରେ ହିଁ ଆମର ଆତ୍ମ ବଡ଼ିମା

ମୁହଁ ଫୁଟାଣି ଦାମ୍ଭିକତା ଚର୍ବିତ ଚର୍ବଣ 

ଅନନ୍ତ କାଳରୁ ଚିନ୍ତା ଓ ଚେତନାକୁ ଗ୍ରାସିଛି

ଦୂରାରୋଗ୍ୟ ବ୍ୟାଧି ମାନସିକ ଜଡ଼ତା

ଭ୍ରମିତ କରୁଛୁ ସଦା ଜନ ମାନସ 

ଅନ୍ଧାରୀ ରାଇଜେ ରାଷ୍ଟ୍ରନୀତି ବାଟବଣା

ତିଳେ ନାହିଁ ସେଥିଲାଗି ଆମର ମନ ଉଣା!!


ଫମ୍ପା ଭାଷଣର କୁହୁଡି ପହଁରି ପହଁରି

ନିଜକୁ ନିଜେ ଠକିବାର ଅଭିନବ ଅନନ୍ୟ

କଳା କୌଶଳ ହୋଇଛି ଅସ୍ଥି ମଜ୍ଜାଗତ

ମହାନଦୀ ଧାରା ହେବାରେ ଲାଗିଛି ବିଲୁପ୍ତ 

ସେପାଇଁ କେହି ବି ନୁହଁଇ ବିଶେଷ ଚିନ୍ତିତ 

ପରିବର୍ତ୍ତନକୁ ଆଦରିବା ପାଇଁ ସର୍ବଦା କୁଣ୍ଠିତ

ଆତ୍ମପ୍ରବଞ୍ଚନାରେ ଏଠି ସଭିଏଁ ସନ୍ତୁଷ୍ଟ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational