STORYMIRROR

Paramita Sarangi

Inspirational Others

3  

Paramita Sarangi

Inspirational Others

ବାକି ପୃଷ୍ଠା

ବାକି ପୃଷ୍ଠା

1 min
13.8K


ସେଦିନ ଘଣ୍ଟାଟି ଥିଲା ନନାଙ୍କ ହାତରେ

ଆଉ ମୋ ସହ ଥିଲା ସମୟଟା

ଜଣା ନାହିଁ ସେ ଘଣ୍ଟାଟା

ଓ, ମୋ ସହ ଥିବା ସମୟ

କୁଆଡେ କେମିତି ମିଳେଇ ଗଲା

ମୁଁ ଠକି ହୋଇ ଗଲି କି?

କାଦୁଏ ମୁହୂର୍ତ୍ତ ଲେସି ହୋଇ ଗଲାଣି

ପରଳ ପଛପଟେ

ଦେଖ ତ ହରପ୍ପାର ନର୍ତ୍ତକୀଟିକୁ

ଆଜି ବି ସେ ଠିଆ ହୋଇଛି ସେମିତି

ଆରମ୍ଭ ଆଉ ଶେଷ ପୃଷ୍ଠା ପୁରା ଭରି ଦେଇ

ପଠାଇ ଦେଇଛି ସେ

ବାକି ପୃଷ୍ଠା......

ସେ ସରୁ ତାର ଡେଇଁ

ସତରେ କ'ଣ ମୁଁ ଭରି ପାରିଛି?

ଠାକୁର ଘରେ ଜଳୁଥିବା ଦୀପଟି ବି

ଚାହିଁ ରହିଛି ପୂର୍ବ ଦିଗକୁ

ଏବେ ନା ଦିନ , ନା ରାତି

ମୋ ଆତ୍ମାକୁ କିଏ ଟାଣି ଚାଲିଛି

ମୋ ଦେହରୁ ମୋ ନିଃଶ୍ଵାସକୁ ମଧ୍ୟ

ଖରା ପରି କିଛି ଗୋଟେ

ପଶି ଆସିଲାଣି ବନ୍ଦ ଝରକା ଦେଇ

ସେଇ ଟିକକ ଆଲୁଅ ଭିତରେ

କେତେ ଗୁଡିଏ ଶବ୍ଦଙ୍କ ସହ ଯାଉଛି

ଏଡ଼ାଇ ନ ପାରିବାର

ଅପାରଗତାକୁ ନେଇ

ଯିବି ମୁଁ, ଯିବାକୁ ତ ପଡିବ

ହଁ କି ନାଁ ,କିଏ ବା ପଚାରୁଛି?

ଅବଧି ସରି ସରି ଗଲାଣି

ଏଇ ଦେଖ , ଆଲାର୍ମଟାବି

ବାଜିବାରେ ଲାଗି ଗଲାଣି।

ପାରମିତା ଷଡ଼ଙ୍ଗୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational