STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ବାଇଚଢେଇ ର ବସା

ବାଇଚଢେଇ ର ବସା

1 min
327

ପାର ଉଡ଼ିଆସେ ଖୁଣ୍ଟି ଖାଏ ବସେ

ଖୁଦକଣିକା କି ଗୋଡି

ପାକଳ ଫଳକୁ ଖୁମ୍ପିଖୁମ୍ପି ଖାଏ

ଶୁଆସାରି ଯୋଡିଯୋଡି

କାଆ କା କାଉ ହୁଏ ରାଉରାଉ

କହେ ଭାଇ ଉଠିଆ

ରାତିପାହିଲାଣି ସକାଳହେଲାଣି

କାମଦାମେ ଲାଗିଜାଆ

ମହାକାଇ ମଲ୍ଲୀ ମାଳତୀ ସେବତୀ

ଚହଟାଇ ଦିଏ ଧରା

ସିନ୍ଦୁର ଫରୁଆ ଧରି ଦିନନାଥ

ବରିବେ ଦେବୀକୁଁ ପରା

କଳାଶାଢ଼ୀ କାଢି ରଙ୍ଗିଲା ପାଢ଼ୀରେ

ପାଟରାଣୀ ଉଭାହେବେ

ମଙ୍ଗଳା ମାତାକଂଆରାଧନା କରି

ସୁମଙ୍ଗଲ ମନାସିବେ

ଧୂପଦୀପ ଦାନ ପଞ୍ଚାମୃତ ପାନ

ଶଙ୍ଖଘଣ୍ଟ ଭେରୀତୂରୀ

ଜାଗିଲେ ଜନନୀ ହସିଲା ଧରଣୀ

ବସୁଧା ମାତାର ପୁରୀ

ବଣି ଯୋଡିଯୋଡି ଯାଏ ଡେଇଁଡେଇଁ

ପିଜୁଳି ଡାଇରେ ଟିଆ

ରାତି ଜଗୁଆଳି କୁକୁର ଦୁଆରେ

ମାଗିଲାଣି ଜଳଖିଆ

ଗୋରୁଗାଈ ଦିଏ ଖୁଣ୍ଟରୁ ଫିଟେଇ

ବିଲକୁ ଚାଲିଲା ଚଷା

ସମସ୍ତକୁଁ ନେଇ ସୁନ୍ଦର ଲାଗଇ

ବାଇଚଢ଼େଇର ବସା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract