Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

puspalata samantary

Abstract

2  

puspalata samantary

Abstract

ବାଇଆ ମନ

ବାଇଆ ମନ

1 min
290


ବାଇଆ ମନ ,ନିୟତ୍ତ କଥାକୁ ନଘେନ

ଜୀବନେ ଭରସା କରି ବୟସକୁ ଦେବୁ ସାରି

ସେ ଯେ ବର୍ଷାରେ ବୁଦ୍ ବୁଦ୍ ସମାନ ବାଇଆ ମନ

ହେଇ ଅଛି,ହେଇ ନାହିଁ,ନଜାଣେ କେ ଗଲା କାହିଁ

ସେ ତ ଘନରେ ବିଜୁଳି ଯେସନବାଇଆ ମନ

ଧନ,ଦାରା,ସୁତା,ସୁତ କରିଛନ୍ତି କରାୟତ୍ତ,

ନିରନ୍ତର ଶୋଷୁଛନ୍ତି ପ୍ରାଣ ବାଇଆ ମନ

କ୍ରୁର ଅଟେ ମହାକାଳ, ଧାଉଁଛି ସେ ଖରତର,

ଛଟକରେ ଘେନିଯିବ ପ୍ରାଣ ବାଇଆ ମନ

ଭଲମନ୍ଦ, ଦୁଃଖ ସୁଖ, ସେ ତ ବ୍ୟକ୍ତି ର ପରଖ,

କାଳ ବିଚାରରେ ନାହିଁ ସ୍ଥାନ ବାଇଆ ମନ

ସ୍ଥାନ ,କାଳ,ପାତ୍ର ପାଇ,ବିଚାର ତାହାର ନାହିଁ,

ତା ପାଶେ ନୁହେଁ କେ ସ୍ଵାଧୀନ ବାଇଆ ମନ


Rate this content
Log in

Similar oriya poem from Abstract