STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ବାଇ ମନ

ବାଇ ମନ

1 min
227



କୃଷ୍ଣ ନାମ କର ଗଣ୍ଠିଧନରେ, ବାଇମନ ।।

ରାମ ନାମ କରଗଣ୍ଠିଧନରେ, ମୁଢ଼ମନ ।।

ରାଧା _କୃଷ୍ଣ ନାମ ଧରି

ସଂସାରୁ ହୋଇବୁ ପାରି

ଏ କଥାକୁ କର ଗଣ୍ଠିଧନରେ, ବାଇମନ 

କୃଷ୍ଣ ନାମ କରଗଣ୍ଠି . . . .।। ୧।।

ସଂସାର ରୂପି ସାଗରେ

ଭାସୁଅଛୁ ନିରନ୍ତରେ

କୂଳକୁ ତୁ ଲାଗିବୁ କେସନରେ, ବାଇମନ । 

କୃଷ୍ଣ ନାମ କରଗଣ୍ଠି . . . .। ୨ । ।

ଗୁରୁ ବିନା ଗତି ନାହିଁ

ନାବର ନାବିକ ସେହି

ପ୍ରଥମେ ଗୁରୁଙ୍କୁ କର ଧ୍ୟ୍ୟାନରେ, ବାଇମନ

କୃଷ୍ଣ ନାମ କରଗଣ୍ଠି . . . . ।।୩।।

ଗୁରୁ ଗତି ମୁକ୍ତି ଦାତା

ଗୁରୁ ହିଁ ଶ୍ରେଷ୍ଠ କରତା

ଗୁରୁ ହର ବ୍ରହ୍ମା ବିଷ୍ଣୁ ଜାଣରେ, ବାଇମନ

କୃଷ୍ଣ ନାମ କରଗଣ୍ଠି . . . . ।।୪।।

ଗୁରୁ ବାକ୍ୟ ହୃଦେ ଧରି

ଚରଣେ ସେବି ଶ୍ରୀହରି

ରାଧା କୃଷ୍ଣ ପାଦେ କର ଧ୍ୟ୍ୟାନରେ, ବାଇମନ 

କୃଷ୍ଣ ନାମ କରଗଣ୍ଠି . . .।।୫।।

ଭବୁ ତରିଯିବୁ ତୁହି

ମନରେ ସଂଶୟ ନାହିଁ

ରାଧା କୃଷ୍ଣ ନାମ କର ଗାନରେ, ବାଇମନ 

କୃଷ୍ଣ ନାମ କରଗଣ୍ଠି . . .।।୬।।



Rate this content
Log in

Similar oriya poem from Inspirational