STORYMIRROR

Prasanna kumar sahu

Tragedy

4  

Prasanna kumar sahu

Tragedy

ବାହାଘର ନିର୍ବାଚନୀ

ବାହାଘର ନିର୍ବାଚନୀ

1 min
288


ମାଆ ଧୀର ସ୍ୱରେ

କହିଲେ ବାପାଙ୍କୁ

ପୁଅକୁ ବାହା କରିବା,

ଭାବିନେଲି ମୁହିଁ

ନର୍ବାଚନୀର ଯେ

ବିଗୁଲ ଟା ବାଜିଗଲା।


ନୀତି ସଞ୍ଜବେଳେ

ଘରେ ଚର୍ଚା ହୁଏ

କେଉଁ ଝିଅ ଟା ସୁନ୍ଦର,

ମନେ ଭାବୁଥିଲି

କେଉଁ ଚିହ୍ନ ମୋତେ

ମିଳିଯିବ ଜୀବନର।


ଠିକ୍ ହୋଇଗଲା

ନିର୍ବନ୍ଧ ତିଥି ଟି

ପ୍ରଚାର ଆରମ୍ଭ ହେଲା,

ବାହା ଘର ଦିନ

ସ୍ଥିର ହୋଇଗଲା

ନିର୍ବାଚନ ସଫଳ ହେଲା।


ବାହା ହେବା ଦିନୁ

ବରଷେ ଯାଏଁ ମୁଁ

ଭାବିଲି ମୁଖ୍ୟ ମନ୍ତିରି,

ସ୍ତ୍ରୀ ଅର୍ଥ ମନ୍ତିରି

ବାପା ସେକ୍ରେଟାରୀ

ମାଆ ମୋ ଗୃହ ମନ୍ତିରୀ।


ଦୁଇ ବର୍ଷ ଯାଏଁ

ଖୁସିରେ ରହିଲି

ପୁଅଟେ ଜନମ ହେଲା,

ଆରମ୍ଭ ହୋଇଲା

ଯୁଲୁମ୍ ମୋ ଠାରେ

ଗଲ ଆଣିବ ଅମୁଲୁ,

ସଅଳ ଆସିଲେ

ପରିବା ଆଣିବ

ଘରେ ନାହିଁ ବିଲକୁଲ।


ଆଦେଶ ଶୁଣି ମୋର                

ମୁଣ୍ଡ ଘୁରେଇଲା

ଭାବି ନେଲି ଯେ ଝାମେଲା,

ସତେ ଅଭିଯୁକ୍ତ

ମୁଖ୍ୟ ମନ୍ତ୍ରୀ ମୁହିଁ

କରିଛି ଗୋଟେ ଘୋଟାଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy