ବାଘ ଆସେ
ବାଘ ଆସେ


ବେଳେବେଳେ ସହର ଭିତରକୁ
ବି ବାଘ ଆସିଯାଏ
ତାର ଭୋକ ଲାଳସାକୁ
ମେଣ୍ଟାଇବାକୁ .... ।
ବାଘ ତ ଆସେ ଥରକୁ ଥର
ହିଂସ୍ର ରୂପ ଧାରଣ କରି
ସେ ପୋଷା ମନା ବାଘ ନୁହେଁ
ତାକୁ ନ ଦେଖି ବି ମଣିଷ ଯାଉଥାଏ ଡରି।
କାଳେ ଆସିଯିବ ବୋଲି
ଚେତନା ବି ହଜିଯାଏ ଖାଲି ଖାଲି
ହେଲେ ବାଘର ଦୃଷ୍ଟି ଥାଏ
ଅଗଣିତ ଜନତା ଉପରେ
ହଜମ କରିପାରେନି
ଗହଳି ଦେଖିଲେ
ଝାମ୍ପି ନିଏ ଅତି ସହଜରେ।
ବାଘ ତ ଏମିତି ଆସେ
ହଜାର ହଜାର ଲୋକଙ୍କୁ
ଅନାଥ କରି ଏକାକି
ଛାଡିଚାଳିଯାଏ।
କେତେ କ୍ରନ୍ଦନ ର ରୋଳ
ସହର ଅଖ୍ୟାତ ସାହିରେ
ଛୁଟି ଆସୁଥାଏ
ଅଥଚ ସହର ଆଜି
ନିରବ ନିଶ୍ଚଳ ନିସ୍ତବ୍ଦ
ବାଘ ଆସୁଛି ବୋଲି
ଲୋକ ଛାନିଆଁ ହେଉଛନ୍ତି ଖାଲି ।