Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାଗ୍ଦେବୀ ବନ୍ଦନା

ବାଗ୍ଦେବୀ ବନ୍ଦନା

1 min
1.1K



ବନ୍ଦଇ ଶାରଦା ମାତ ମରାଳ ବାହନୀ

ଶୁଭ୍ର ବସ୍ତ୍ରେ ଭୂଷଣ ମା ଶୁଭ୍ର ପଦ୍ମାସନୀ l


ବୀଣା ପୁସ୍ତକଧାରିଣୀ ବିଶ୍ୱ ଠାକୁରାଣୀ

କି ଭାବେ ବନ୍ଦିବି ମୁହିଁ ନପାରଇ ଜାଣି l


ବାଗ୍ଦେବୀ କଣ୍ଠରେ ବସ ବାକ୍ୟ ଦିଅ କହି

କାବ୍ୟକଳା ଠାକୁରାଣୀ ମାଆ ଦୟାମୟୀ l


ବ୍ରହ୍ମାଣ୍ଡ ଈଶ୍ୱରୀ ମାତ ବିଦ୍ୟା ପ୍ରଦାୟିନୀ

ତୋ ପ୍ରସାଦେ ବାଚାଳ ହୁଅଇ ମୂକ ପ୍ରାଣୀ l


ଶାରଦେ ବରଦେ ମାତ ତୁହି ଜ୍ଞାନଦାତ୍ରୀ

ପରମ କଲ୍ୟାଣୀ ମାତା ତୁହି ଜଗଦ୍ଧାତ୍ରୀ l


ଶିରେ ମୁକୁଟ ଶୋଭଇ ତୋ କର୍ଣ୍ଣ କୁଣ୍ଡଳେ

ଧବଳ କୁସୁମ ହାର ଭୂଷଣ ତୋ ଗଳେ l


ତୋହର ପ୍ରସାଦୁ ମାଆ ଚରଣରେ ଦାସ

ଗଜ ମୂର୍ଖ ମହାକବି ହେଲେ କାଳି ଦାସ l


ମୂର୍ଖ ଶାରଳା ଦାସର କଣ୍ଠେ ମା' ବସିଲୁ

କେତେ ଶାସ୍ତ୍ର ପୁରାଣ ତାହାଙ୍କୁ କହିଦେଲୁ l


ଉତ୍କଳରେ ବ୍ୟାସ ଭକ୍ତ ଜଗନ୍ନାଥ ଦାସ

କୃଷ୍ଣ ରସ ଭାଗବତ କରିଲେ ପ୍ରକାଶ l


ଉତ୍କଳ ବାଲ୍ମୀକି ପୁଣି ଦାସ ବଳରାମ

ଧ୍ୟାୟି ରଚିଗଲେ ଦିବ୍ୟ ଦାଣ୍ଡିରାମାୟଣ l


ବୀଣାବାଦ୍ୟ ବେଦନାଦ ଶୁଭ୍ରହଂସ ତୋର

ନମସ୍ତୁତେ ବନ୍ଦଇ ମା' ତୋହର ପୟର l

        


Rate this content
Log in

Similar oriya poem from Inspirational