STORYMIRROR

Akshayakumar Dash

Abstract

2  

Akshayakumar Dash

Abstract

ବାଧ୍ୟକ୍ୟ

ବାଧ୍ୟକ୍ୟ

1 min
151

ଖୋଜିବାରେ ସମୟ ହଜିଯାଇଛି

ମେଳରେ ଲୁଟିନେଇଛି ପକେଟମାରୁ

ବେଳ ବୁଡି ଯାଉଛି

ସଂଜ ମାଡି ଆସୁଛି

ରାତିହେଲେ ବାଟଭୂଲିଯିବା ଭୟ

ଫେରିବାକୁ ପଡିବ କୁଡ଼ିଆକୁ

ପରିବାରଲୋକେ ଖୋଜିବାକୁ ଆସିବେ

ଆଖିରେ ଅନ୍ଧାର ଆଳୁଅର ଲଢେଇ

ବେଳେବେଳେ ଘୁରୁଛି ପୃଥିବୀ

କାନ ଯାହା ଶୁଣୁଛି କେବଳ କୋଳାହଳ

ଇନ୍ଦ୍ରିୟ ଗୁଡିକ ଖାପଛଡା ଦେଲେଣି

ଦାନ୍ତ ରୁ କେବେଠାରୁ ଆଶା ଗଲାଣି

ଅଦରକାରୀ ହେଲାଣି ନଥିପତ୍ର

ପୁରୁଣା ବସ୍ତ୍ର ଢିଲାହେଲାଣି

ଜମାଖାତାରୁ ଫେରିଲାଣି ମୋହ

ହିସାବ ଏବେ ଦେହଉପରେ

ସକାଳୁ ଗରମ ଜଳରେ ପାନ କି ସ୍ନାନ

ଜଗିରଖି ଭୋଜନ,ମିଠା ଖଟାରେ ଜିଭ

ଚଳୁନିରାଗ ତୁଣ୍ଡକୁ ମୁଣ୍ଡ ରେ ଖେଳୁଛି କାଶତଣ୍ଡି ଢେଉ

ଟଳ ମଲ ଗୋଡ଼ରେ ହାବୁଡି ଯାଉଛି ହିଡ

ଅଟକିଯାଉଛି ଅଣ୍ଟାରେ ପବନ

ହଟିଯାଉଛି ସାହସ

ଦିନ ବାର ମାସ ପାସୋରିଯାଉଛି

ହୋମିଓପଥୀ,ଆୟୁର୍ବେଦିକ ଓସଦରେ ନଜର

ମାନେପଡୁଛି ସାଙ୍ଗସାଥି ମେଳ

ପଢିବାକୁ ପୁରାଣ ଭାଗବତ

ହଜିଯିବାକୁ କୀର୍ତ୍ତନ ଭଜନର ତାଳରେ

ବୁଡିଯିବାକୁ ନିରୋଳା ମୁହୃତରେ

ପୋଲିସ ହୋଇ ଖୋଜୁଛି ଚୋରକୁ ଯମ

ଚୋର ବି ଲୁଚୁଛି ଡିଆଁ ମାରି

ଦିନେ ଭେଟାଭେଟି ହେବ

ପାଚିଲା ତାଳ ଝଡିପଡିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Abstract