STORYMIRROR

Umashankar Satpathy

Romance

2  

Umashankar Satpathy

Romance

ବାବୁଲାର ବଂଶୀ

ବାବୁଲାର ବଂଶୀ

1 min
142


ଭାବୁଛି ପୁଣି 

ଆଜି ହଜିଯିବ

ହାଟରେ କବିତାର

ଶବ୍ଦ ମାନଙ୍କ ଗହଳିରେ

ତାଳରେ ,ଅଭୁଲା ସମାନ ସୁର

ଝାଡ଼ିଦେବ ଭାବନାର ଅଳନ୍ଧୁ 

ଅଣଦେଖା କଦମ୍ବ ମୂଳରେ,

ଭାବନାର ଦର୍ପଣେ ଦେଖି

ଅସଂଖ୍ୟ ଛବି ତାପରେ ତାପରେ

ବନ୍ଦିନୀ ସେ ତମସାର ଜତୁଗୃହେ

କାଳେ ଲାଜେଇ ଯିବନି ଶୁଣି ଗହଳ ମାଣ୍ଡିଆ କିଆରିରେ

ଶିରି ଶିରି ଦକ୍ଷିଣା ବାଆରେ

ଗାଇସାରିଥିବା 

ପାହାନ୍ତି ପ୍ରଥମ ପ୍ରଣୟ ଗୀତ 

ସମୟର ବଂଶୀ 

ଯେବେ ଚୁମିଥିଲା

ଦ୍ଵିତୀୟା ଓଠର ଧାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance