STORYMIRROR

Jayashree Maharana

Abstract

3  

Jayashree Maharana

Abstract

ବାବା ସାହେବ

ବାବା ସାହେବ

1 min
11.9K

ପବିତ୍ର ଭାରତ ମାତାର କୋଳରେ

ଜନମିଲ ଆହେ ସୁଯୋଗ୍ୟସୁତ

ତୁମ୍ଭ କାର୍ଯ୍ୟବଳେ ଇତିହାସ ପରେ

ସ୍ବର୍ଣ୍ଣାକ୍ଷରେ ନାମ ସଦା ଲିଖିତ।


କୁସଂସ୍କାରର ଭରା ଭାରତ ସମାଜ

ଜାତିଭେଦ ପ୍ରଥା ଘୃଣ୍ୟ ନିନ୍ଦିତ

ସହିଥିଲ ନାନା ଶୋଷଣ କଷଣ

ସମାଜ ଆଖିରେ ଥିଲ ଦଳିତ ।


ଜ୍ଞାନ ,ବୁଦ୍ଧିମତା ,ସାହସ ,ଧୈର୍ଯ୍ୟରେ

ଭାରତବାସୀଙ୍କୁ କରି ଚକିତ

ଆଇନ ଶାସ୍ତ୍ରରେ ଦକ୍ଷତା ପ୍ରକାଶି

ସମଗ୍ର ବିଶ୍ୱରେ ହେଲ ବିଖ୍ୟାତ ।


ଦଳିତ ଜାତିର ଉତ୍ଥାନ ନିମନ୍ତେ

ଉଦାର ହୃଦୟୀ ହୋଇ ବ୍ୟଥିତ

ସମାଜ ସଂସ୍କାର ମନେ ଆଶାନେଇ

ସମଗ୍ର ଜୀବନ ସଂଗ୍ରାମରତ ।


ଅର୍ଥନୀତି ଅବା ରାଜନୀତିକ୍ଷେତ୍ରେ

ଦକ୍ଷତାକୁ କରି ସୁପ୍ରକାଶିତ

ସମାଜରେ ସମାନତା ରକ୍ଷା ପାଇଁ

ଜୀବନ ପଥରେ ହେଲ ଉଦ୍ୟତ ।


ସରଳ ନିରୀହ ଜନତା ମନରେ

କରିଲ ନୂତନ ଆଶା ଜାଗ୍ରତ

ବାବାସାହେବର ଉପାଧି ଲଭିଲ

ଭରତମାତାକୁ କରି ଗର୍ବିତ ।


ଭାରତ ବର୍ଷର ମହାନ ନାୟକ

ସମ୍ବିଧାନ ପ୍ରଣୟନ ଦାୟିତ୍ୱ

ସୁଚାରୁ ରୂପରେ ସମ୍ପାଦନ କରି

କରିଲ ଦେଶକୁ ନବ ନିର୍ମିତ ।


ସୁକର୍ମ ବଳରେ ଚିରଦିନ ପାଇଁ

ଆମରି ହୃଦରେ ତୁମ୍ଭେ ଜୀବିତ

ହେ ମହାପୁରୁଷ ପଦ ଯୁଗଳରେ

ଭକ୍ତିରେ କରୁଛି ମୁଁ ମଥାନତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract