STORYMIRROR

Sunanda Mohanty

Classics

3  

Sunanda Mohanty

Classics

ଅଟଳ ଅଚଳ ମହାବାହୁ

ଅଟଳ ଅଚଳ ମହାବାହୁ

1 min
5


ଆକାଶ ର ଦୁଇ ଆଖିରେ 

ଅନ୍ଧାର ଆଲୁଅ ଖେଳ 

ତାରି ଭିତରେ ଅସୁମାରି ସ୍ବପ୍ନ 

ପୁଣି କେବେ ଲୁଚକାଳି ଖେଳ 

ଅନ୍ଧାରୀ ଆଖିରେ ଆଷାଢ଼ୀ ନାଚୁଛି 

ଆଲୁଅ ର ହରତାଳ 

ଆଲୁଅ ଆଖିରେ ଶ୍ରାବଣୀ ହଜିଛି 

ଅନ୍ଧାର ର କୌତୁହଳ 

ଅସରା ପସରା ମେଘ ସଵାରୀରେ 

ବରଷା ସ୍ନିଗ୍ଧ ସୁନେଲି ସକାଳ 

ସେଦୁଇ ଆଖିର ପତାରେ 

କିଏ ଲାଗାଇ ପାରିବ କୁହ କଜ୍ଜ୍ୱଳ 

ସେପାଇଁ ଆଷାଢ଼ ଆଣିଛି ସର୍ବଶ୍ରେଷ୍ଠ 

ବାରମାସ ତେର ଯାତରା ରୁ ଗୋଟେ ହଳ 

ରଥଯାତ୍ର ଅବା ଘୋଷଯାତ୍ରା ଛଡା କିଏହେବ 

ଜଗନ୍ନାଥ କାଇଁ ରହିଛନ୍ତି ନିଶ୍ଚଳ 

ଅଟଳ ଅଚଳ ଅଥଳ ଆକୁଳ ନୟନେ 

ଦେଖୁଛନ୍ତି ନ୍ୟାୟାଳୟ ର କଳିଗୋଳ

ଅବୁଝା ଭକତ ତୁଛାରେ ହୁଏ ବିକଳ 

ଆକାଶ ର ଦୁଇ ନୟନ ରେ ଏଵେ 

ବୋଧହୁଏ ସମଝତା କରିବାର ବେଳକାଳ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics