STORYMIRROR

Trushna Das

Tragedy

3  

Trushna Das

Tragedy

ଅଟକି ଯାଇଛି ସମୟ

ଅଟକି ଯାଇଛି ସମୟ

1 min
204

ଅଟକି ଯାଇଛି ସମୟ

ଗଡୁ ନାହିଁ ଜୀବନର ରଥ

ଜୀବନର ଦୁର୍ଘଟଣାରେ ହୃଦୟ

ହୋଇଛି ଆହତ।। 


ଅଟକି ଯାଇଛି ସମୟ

ବିଶ୍ୱାସରେ ମିଶିଗଲା ବିଷ

ଛଳନାରେ ଭାସିଗଲା ସମ୍ପର୍କ 

ଅକୁହା ବେଦନାରେ ଭରିଗଲା ହୃଦୟ।। 


ଅଟକି ଯାଇଛି ସମୟ

କଣ ସତ୍ୟ କଣ ବା ମିଛ

ବୁଝିବାକୁ ନାହିଁ ଆଉ ଧୈର୍ଯ୍ୟ 

ହୃଦୟ ହୋଇଛି କ୍ରନ୍ଦନରତ।।


ଅଟକି ଯାଇଛି ସମୟ

ଯାଇଛି ଭାଙ୍ଗି ସବୁ ସପନ

ରହିଛି ଖାଲି ତାର ଚିହ୍ନ

ହୃଦୟ ହୋଇଛି ତାର ମଶାଣି ସ୍ତୁପ।। 


ଅଟକି ଯାଇଛି ସମୟ

ମନେ ପଡ଼ଇ ଅତୀତ

ଅନ୍ଧାର ଦିଶୁଛି ଭବିଷ୍ୟତ 

ଆଗକୁ ବଢିବା ପାଇଁ ଆଉ ନାହିଁ ମନ ବଳ ମୋର।। 


ଅଟକି ଯାଇଛି ସମୟ

ଜଣଙ୍କର ଭୂଲ 

ଆଉ ଜୀବନ ସହ ଖେଳ

ମୋତେ କରି ଦେଲା ସାରା ଜୀବନ ନିଃସଙ୍ଗ ପଥିକ।। 


ଅଟକି ଯାଇଛି ସମୟ

ଜଣଙ୍କ ପାଇଁ ମନରୁ ମୋର ଉଠିଗଲା ବିଶ୍ୱାସ

ଲାଗୁଛି ଏ ଦୁନିଆଟା ସ୍ୱାର୍ଥପର

ଏଇଠି ସବୁ ଖେଳନ୍ତି ହୃଦୟ ସହ।। 


ଅଟକି ଯାଇଛି ସମୟ

ଏହା ଯେ ମୋର କି କପାଳ ଲିଖନ 

ଭଙ୍ଗା ହୃଦୟକୁ ନେଇ ମୋର

କାଟିବାକୁ ହେଉଛି ଜୀବନ।। 


ମୋ ହୃଦୟରେ ଉଠୁଛି ଅନେକ ପ୍ରଶ୍ନ

ସମୟ ଅଟକି ଯାଇଛି ନା ଅଟକି ଯାଇଛି ମୋ ଜୀବନ 

ବଢାଇ ପାରୁ ନାହିଁ ଆଗକୁ ପାଦ ମୋର

ବାସ୍ତବରେ ଉତ୍ତର ମିଳଇ

ଅଟକି ନାହିଁ ସମୟ

ଅଟକି ଯାଇଛି ମୋ ଜୀବନ 

ମୋହମାୟାର ଚକ୍ରରେ ହୋଇ ବଶୀଭୂତ।।



Rate this content
Log in

Similar oriya poem from Tragedy