STORYMIRROR

Dharitri Das

Inspirational

4  

Dharitri Das

Inspirational

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
455


ମଣିଷର ଇଚ୍ଛା ଅସୁମାରୀ

ଗଢିଛନ୍ତି ବିଭୁ ଶ୍ରେଷ୍ଠ କରି।

ଆଶାରେ ତା ନଥାଏଟି ଅନ୍ତ

ଜୀବନରେ ହୁଏ ହନ୍ତସନ୍ତ।

ମରଣାନ୍ତେ ତାର ଆତ୍ମା ପୁଣ

ଭ୍ରମିଥାଏ ଅତୃପ୍ତ ହୋଇଣ ।

କେତେ କାଳ ଭ୍ରମିଭ୍ରମି ଆତ୍ମା

କେଉଁ ଯୋନି ଦିଏ ପରମାତ୍ମା।

ଜଣାନାହିଁ ସେହି କଥାମାନ

ଏକଥାକୁ କରହେ ଧିଆନ।

ବେଳଥାଉଁ ହୁଅ ସାବଧାନ

ହରି ନାମକୁ କର କୀର୍ତ୍ତନ।

ତେବେ ଆତ୍ମା ସହ ପରମାତ୍ମା

ମିଳନ ହୋଇବରେ ମହାତ୍ମା।

ପାର୍ଥିବ ଜଗତ ଛାଡ଼ିଦେଇ

ବୈରାଗ୍ୟ ଭାବ ଆଦରି ନେଇ।

ସୁକାର୍ଯ୍ୟ କରିବା ପାଇଁ ଇଚ୍ଛା

କଲେ ପୂର୍ଣ୍ଣ ହେବ ମନବାଞ୍ଛା।

ହରି ବିନା ନାହିଁ ଅନ୍ୟଗତି

ଅତୃପ୍ତ ହେବାରୁ ମିଳେ ମୁକ୍ତି।


Rate this content
Log in

Similar oriya poem from Inspirational