ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ପୁଅ ନିତି ଏବେ ଅନୁତାପ କରେ
ସମୟକୁ ମାଗେ କ୍ଷମା
ଅକାଳରେ ଗଲେ ବାପା ମାଆ ତାର
ଅତୃପ୍ତ ତାଙ୍କରି ଆତ୍ମା ।
ଓଠରେ ତାଙ୍କର ହସ ବଦଳରେ
କଥାରେ ଭରିଲା ବିଷ
ବିଚରା ସେମାନେ କରମ ଆଦରି
କପାଳ କୁ ଦେଲେ ଦୋଷ ।
ନିଜ ପେଟ କାଟି କେତେ କଷ୍ଟ କରି
ପୁଅକୁ ମଣିଷ କଲେ
ନିଜ ସୁଖ କଥା ପାଶୋରି ପକାଇ
ସବୁ ସୁଖ ତାକୁ ଦେଲେ ।
ମୁଣ୍ଡକୁ ତ ହାତ ପାଇଗଲା ପରେ
ସବୁ ଭୁଲି ଗଲା ପୁଅ
ଶରଧା ଛାଉଣୀ ମମତାରେ ଭରା
ବାପା ମାଆଙ୍କର ସ୍ନେହ ।
ବଳ ଗଲା ପରେ ବୁଢା ବୁଢ଼ୀ ଯେବେ
ବଢାଇଲେ ତାଙ୍କ ହାତ
ସେତେବେଳେ ପୁଅ ମୁହଁ କୁ ନଚାହିଁ
ଦୂରରୁ ମାରିଲା ନାତ ।
ପୁଅ ପୁଅ ହୋଇ ବୁଢା ବୁଢ଼ୀ ଦିହେଁ
ଚାଲିଗଲେ ଆରପୁରେ
ପୁଅ ବେଳ ଯେବେ ଆସିଗଲା ଏବେ
ବାପ ମାଆ ଙ୍କୁ ସେ ଝୁରେ ।
ପିଲାମାନେ ତାର ପଚାରୁ ନାହାନ୍ତି
ପଡିଛି ସେ ମଡା ହୋଇ
ଯାତନା ରେ ନିତି ଛଟପଟ ହୁଏ
ଯମ ଯାଉ ନାହିଁ ନେଇ ।
କଲା କର୍ମ କଥା ଭାବିଲା ବେଳକୁ
ହସୁଛି ସମୟ ନଈ
ବାପା ମାଆଙ୍କର ଅତୃପ୍ତ ଆତ୍ମା କୁ
ଦେଖୁଛି ସେ ଶୋଇଶୋଇ ।
