ଅତୀତ
ଅତୀତ
ମନେପଡେ ସେହି ଅତିତ କଥାକୁ
ପୁଣିଥରେ ପାଇବାକୁ
ସେହି ପିଲା ଖେଲ ନଈ ବାଲି ଘର
ମନ ଚାହେଁ ତୋଳିବାକୁ
ସେହି ନଈ କୂଳେ ବରଘଛ ମୂଳେ
ଖେଳୁଥିଲି ସାଥୀମେଳେ
କୋଇଲିର ଗୀତ କାଉର ସେ ରାବ
ମହୁଥିଲା ମନ ସତେ
କେତେ ମନୋହର ଥିଲା ସେ ଅତିତ
କହୁଅଛି କାନେ ମତେ
ଏ ମନ ଚାହେଁ ପୁଣି ପାଇବାକୁ
ଅତୀତର ସେ ଅନୁଭୂତି
ଯେତେ ଖୋଜିଲେବି ଆସିବକି ତାହା
ଚାଲିଗଲା ସେହି ସ୍ମୁତି
ଅନବିଲ ପ୍ରେମ ଅସରନ୍ତି ସପ୍ନ
ସାକାର ହୁଅନ୍ତା କି ସତେ
ବୈଶାଖ ମାସର ଜାମ୍ବୁ କୋଲି ଗଛେ
କୋଇଲିର ରାବ ଶୁଣି
ଲାଗୁଥିଲା ସତେ ପ୍ରେମର ସଙ୍ଗୀତ
ମନ ନେଉଥିଲା କିଣି
ଖେଳୁଥିଲି କେତେ ନାନା ଜାତି ଖେଳ
ଗାଁ ଦାଣ୍ଡ ମୁଣ୍ଡ ଶେଷେ
କେତେ ରାଗ ରୋଷ ମାନ ଅଭିମାନ
ଭୁଲି ମୁଁ ପାରୁନି ସତେ

