STORYMIRROR

Dhananjaya Bagarty

Romance

5.0  

Dhananjaya Bagarty

Romance

ଅତୀତ

ଅତୀତ

1 min
177

ମନେପଡେ ସେହି ଅତିତ କଥାକୁ

ପୁଣିଥରେ ପାଇବାକୁ

ସେହି ପିଲା ଖେଲ ନଈ ବାଲି ଘର

ମନ ଚାହେଁ ତୋଳିବାକୁ

ସେହି ନଈ କୂଳେ ବରଘଛ ମୂଳେ

ଖେଳୁଥିଲି ସାଥୀମେଳେ

କୋଇଲିର ଗୀତ କାଉର ସେ ରାବ

ମହୁଥିଲା ମନ ସତେ

କେତେ ମନୋହର ଥିଲା ସେ ଅତିତ

କହୁଅଛି କାନେ ମତେ

ଏ ମନ ଚାହେଁ ପୁଣି ପାଇବାକୁ

ଅତୀତର ସେ ଅନୁଭୂତି

ଯେତେ ଖୋଜିଲେବି ଆସିବକି ତାହା

ଚାଲିଗଲା ସେହି ସ୍ମୁତି

ଅନବିଲ ପ୍ରେମ ଅସରନ୍ତି ସପ୍ନ

ସାକାର ହୁଅନ୍ତା କି ସତେ

ବୈଶାଖ ମାସର ଜାମ୍ବୁ କୋଲି ଗଛେ

କୋଇଲିର ରାବ ଶୁଣି

ଲାଗୁଥିଲା ସତେ ପ୍ରେମର ସଙ୍ଗୀତ

ମନ ନେଉଥିଲା କିଣି

ଖେଳୁଥିଲି କେତେ ନାନା ଜାତି ଖେଳ

ଗାଁ ଦାଣ୍ଡ ମୁଣ୍ଡ ଶେଷେ

କେତେ ରାଗ ରୋଷ ମାନ ଅଭିମାନ

ଭୁଲି ମୁଁ ପାରୁନି ସତେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dhananjaya Bagarty

Similar oriya poem from Romance