STORYMIRROR

Dhananjaya Bagarty

Others

3  

Dhananjaya Bagarty

Others

ଅତୀତ

ଅତୀତ

1 min
182

ମନେପଡେ ସେହି ଅତୀତ କଥାକୁ

ପୁଣିଥରେ ପାଇବାକୁ

ସେହି ପିଲା ଖେଲ ନଈ ବାଲି ଘର

ମନ ଚାହେଁ ତୋଳିବାକୁ ।

ସେହି ନଈ କୂଳେ ବରଗଛ ମୂଳେ

ଖେଳୁଥିଲି ସାଥୀମେଳେ

କୋଇଲିର ଗୀତ କାଉର ସେ ରାବ

ମୋହୁଥିଲା ମନ ସତେ ।

କେତେ ମନୋହର ଥିଲା ସେ ଅତୀତ

କହୁଅଛି କାନେ ମତେ

ଏ ମନ ଚାହେଁ ପୁଣି ପାଇବାକୁ

ଅତୀତର ସେ ଅନୁଭୂତି ।

ଯେତେ ଖୋଜିଲେବି ଆସିବ କି ତାହା

ଚାଲିଗଲା ସେହି ସ୍ମୃତି

ଅନାବିଳ ପ୍ରେମ ଅସରନ୍ତି ସପ୍ନ

ସାକାର ହୁଅନ୍ତା କି ସତେ ।

ବୈଶାଖ ମାସର ଜାମ୍ବୁ କୋଳି ଗଛେ

କୋଇଲିର ରାବ ଶୁଣି

ଲାଗୁଥିଲା ସତେ ପ୍ରେମର ସଙ୍ଗୀତ

ମନ ନେଉଥିଲା କିଣି ।

ଖେଳୁଥିଲି କେତେ ନାନା ଜାତି ଖେଳ

ଗାଁ ଦାଣ୍ଡ ମୁଣ୍ଡ ଶେଷେ

କେତେ ରାଗ ରୋଷ ମାନ ଅଭିମାନ

ଭୁଲି ମୁଁ ପାରୁନି ସତେ ।



రచనకు రేటింగ్ ఇవ్వండి
లాగిన్

More oriya poem from Dhananjaya Bagarty