STORYMIRROR

Pratima Panda

Abstract

3  

Pratima Panda

Abstract

ଅତୀତ ବର୍ତ୍ତମାନ ଭବିଷ୍ୟତ

ଅତୀତ ବର୍ତ୍ତମାନ ଭବିଷ୍ୟତ

1 min
11.4K

ବର୍ତ୍ତମାନ  ତୁମ ପାଖେ ଅଛି

  ଗାଡି ଘୋଡା

ତୁମକୁ କି ଲୋଡା ଆଉ

  ବାପାଙ୍କ କାନ୍ଧ ମା ଁର ସାହାରା


ଏବେ ତୁମେ ବାତାନୁକୁଳିତ

    ସୁଖ ସୁବିଧାର ପ୍ରସାଦରେ

ମାଁର ଚିରା ପଣତ

 ତେଲ ଚିଠ ଚିଠ ଗନ୍ଧେ


ଇଚ୍ଛା କଲେ ମଗେଇ ପାର

 ଜମାଟୋ ରୁ ସ୍ୱାଦିଷ୍ଟ ବ୍ୟଞନ

 ମା ଁର ବାଡିଶାଗ ବଡିଚୁରା

  ଏବେ ତୁମ ପାଇ ଁ ଅସ୍ୱାସ୍ଥକର 


ତୁମ ଉପରେ ଅଯାଚିତ ଭାବରେ

ସ୍ନେହ ପ୍ରେମ ଝରାଉଥିବା 

ପ୍ରତିମୂର୍ତ୍ତି ଆଜି ତୁମ ପାଇଁ

ପୁରୁଣା ଅଲୋଡା ଅପରିଷ୍କାର 

ଠିକ୍ କଲ ବର୍ତ୍ତମାନ !

ତୁମ ଅତୀତକୁ ଛାଡି ଆସିଲ

ବୃଦ୍ଧାଶ୍ରମର କବାଡିଖାନାରେ ।


କିନ୍ତୁ ମନେରଖ ବର୍ତ୍ତମାନ

ତୁମ ଭବିଷ୍ୟତ ଯେ ଦେଖୁଛି ସବୁ

ଅନୁସରିବ ନିଶ୍ଚେ ତୁମ ପାଦଚିହ୍ନ

ତୁମ ପାଇଁ ବି ଖୋଜିଦେବ ଏକ ବୃଦ୍ଧାଶ୍ରମ ॥


Rate this content
Log in

Similar oriya poem from Abstract