ଅତି ଉତ୍ତମ 'ଉ'
ଅତି ଉତ୍ତମ 'ଉ'
ଉଲକା ସମ ଉତ୍ତପ୍ତ ଉଥୁଲୁ ପୁଥୁଲୁ ଉପମା,
ଦେଖି ଦେଇ ତାକୁ ଉଦରେ ହେଲା ଭୋକ ଉପର ମୁହାଁ।
ଉଷସୀ, ଉତ୍ତମ, ଉପେନ୍ଦ୍ର, ଉମାକାନ୍ତ, ଉନାରୀ,
ଉପମା ଖାଇ ଯିବେ ଉଦୟଗିରି ଭ୍ରମଣ କରି।
ଜେଜେଙ୍କ ସଙ୍ଗେ ଗଲେ ସଭିଏଁ ଉତ୍ତରା ଛକ ଦେଇ,
ଉମାକାନ୍ତ କହିଲା ଲେଖିବ ନାଁ ତା'ର ପଥର ଖୋଦି ଦେଇ।
ଉଦୟଗିରି ଖଣ୍ଡଗିରି ଆମ ଇତିହାସ ର ପ୍ରତୀକ,
କ୍ଷୁର୍ଣ୍ଣ କରିବା କିଆଁ ତାକୁ ଲେଖି ନାଁ ଟିକକ ।
ଜେଜେ କହିଲେ ଆସ ଲେଖିବା ନାଁ ଚକ୍ ଟିଏ ନେଇ,
ଏଠୁ ଗଲା ଆଗରୁ ଦେବା ସବୁ ସହଜେ ଲିଭେଇ।
ଉଷସୀ କହିଲା ଜାଣିଛି ମୁଁ ଯେ ଖାଲି ଅ, ଆ, ଇ, ଈ, ଲେଖି,
କେମିତି ପାରିବି ଏସବୁ କରି କହ ଗୋ ସଖୀ।
ମୁଣିରୁ ବାହାର କରି ଆଣିଲେ ଜେଜେ ସାଧା ଖଡ଼ି ଟିଏ,
ପଥର ଉପରେ ଟାଣିଲେ ଛୋଟିଆ ଗାର ଖଣ୍ଡିଏ ।
ସେହି ଗାରର ବାମପଟେ ଚକ୍ ଦେଲେ ଲଗେଇ,
ତଳକୁ ଟାଣି ପୁଣି ଉପରକୁ ଦେଲେ ଗୋଲ କରି ବଢ଼େଇ ।
ଉପର ମୁହାଁ ଅଧ ଗୋଲ୍ ଟିଏ ଆଙ୍କିଲେ ଭାରି ସୁନ୍ଦର କରି,
ଗାରଠୁ ଦୁରେ ସେହି ସିଧାରେ ଦେଲେ ଗୋଲକୁ ଶେଷ କରି ।
ଖଡିକୁ ମେଲି ଦେଲେ ସେ ଶେଷ ମୁଣ୍ଡକୁ ଆହୁରି ପ୍ରସାରି,
ଆଉ ଗୋଟିଏ ଅଧ ଗୋଲ୍ ଛୁଇଁଲା ଆରମ୍ଭ ପାରି କରି।
ଅଧ ଗୋଲ୍ ଶେଷରେ ଦେଲେ ତେରେଛା ଗାରଟେ ଯୋଡ଼ି,
ହନୁ ମାଙ୍କଡ ଆସିଲା ଡେଇଁ ନେଲା ଛଡେଇ ଖଡ଼ି।
ପିଲାଏ ଛାଡ଼ିଲେ ରଡ଼ି ଧର ଧର ମାଙ୍କଡ଼ ଧର,
ପାଇ ସାରିଥିଲା ଉଷସୀ କିନ୍ତୁ ତା'ନାମର ପ୍ରଥମ ଅକ୍ଷର।
ବୁଲି ଦେଖ ଆଗ ଜାଗାଟି ନୂଆ ଜେଜେ କହିଲେ,
'ଉ' ଶିଖିଲ ବାକି ସବୁ ଶିଖିବ ଘରକୁ ଗଲେ।
ଉଲ୍ଲାସ ମନେ ଉଠିଲେ ପିଲାଏ ହେଲେ ଉଜାଗର,
ଉନାରୀ କହିଲା ସାଙ୍ଗ ଉମା ପାଇଁ କିଣିବ ଉପହାର।
