STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଅତି ହିଁ ଦୁଖିତ ମନ

ଅତି ହିଁ ଦୁଖିତ ମନ

1 min
189


ସଧବାରେ ମୃତ୍ୟୁ ଦ୍ବିତୀୟ ଭଉଣୀ


ପ୍ରଭୁ ଚରଣେ ଗମନ


ରବିବାର ଦିନ ରାତି ବାରଟାରେ


ପ୍ରାଣନୀଳା ସମାପନ।୧।


ପାଞ୍ଚ ମାସ ଆଗେ ବଡ଼ ଭଉଣୀ ମୋ


ପ୍ରଭୁଙ୍କ ଚରଣେ ମିଶିଲା,


ଦ୍ବିତୀୟ ଭଉଣୀ ଆଜି ରବିବାର


ସମସ୍ତଙ୍କୁ ଛାଡ଼ି ଗଲା।୨।


ବରୁଣବାଲାଟି ପତିବ୍ରତା ନାରୀ


ଭକ୍ତିପୂର୍ଣ୍ଣା ନାରୀ ଏହୁ,


ନିତ୍ୟ କର୍ମ ସାରି ସ୍ବାମୀ ପଦ ଧୂଳି


ପାନ କରୁ ଥିଲା ସେହୁ।୩।


ସ୍ବାମୀ କୁ ଛାଡ଼ି ସେ ମୁକ୍ତି ପଥେ ଗଲା


ଶଙ୍ଖା ସିନ୍ଦୂର ପିନ୍ଧିଣ


ଫୁଲପୁଷ୍ପେ ତାଙ୍କୁ ଶୃଙ୍ଗାର କରିଲେ


ନୂଆ ବସ୍ତ୍ରେ ଆଭୂଷଣ।୪।


ଚହଟି ପଡ଼ିଲା ମୃତ୍ୟୁ ପିଣ୍ଡ ତାର


ପଟାନ୍ତର ନାହିଁ କାର


ଛ ସନ୍ତାନର ସେ ମାଆଁ ପୁଣି ଏହୁ


ଦୁଃଖ କରନ୍ତି ଅପାର।୫


ନାତି ନାତୁଣୀ ରେ ଘର ପୁରି ଅଛି


ଚକ୍ଷୁରେ ବହୁଛି ନୀର,


ମୃତ୍ୟୁ ପିଣ୍ଡ ପାଖେ ବସି ରହିଛନ୍ତି


ରୋଦନେ ପୁରିଛି ଘର।୬।


ଗୃହ କାର୍ଯ୍ୟ ସବୁ ସମ୍ପୂର୍ଣ୍ଣ କରିଣ


ପ୍ରଭୁ ପଦରେ ମିଶିଲା,


ଇଷ୍ଟଦେବୀ ଯାର ମହିଷା ମର୍ଦ୍ଦୀନି


ସୁଦୟା ତାଙ୍କରି ହେଲ।୭।


କର୍ମପଥ ଛାଡି ପ୍ରଭୁ ପଥେ ଗଲା


ପ୍ରଭୁ ହିଁ କରୁଣା କଲେ,


ସ୍ବାମୀ ଭକ୍ତି ଯାର ଜୀବନେ ଭୂଷଣ


ସଧବାରେ ଚାଲି ଗଲେ।୮।


ଦୁଃଖ ସଙ୍ଗେ ସଙ୍ଗେ ଖୁସିର ଆଭାସ


ପତିବ୍ରତା ମୃତ୍ୟୁ ଏହି,


ନାମ ରଖି ଗଲା ସ୍ତ୍ରୀ ଜାତିଙ୍କର


କର୍ତ୍ତବ୍ୟେ ଭୂଷିତ ଏହି।୯।


ସଧବାରେ ମୃତ୍ୟୁ ଦ୍ବିତୀୟ ଭଉଣୀ


ପ୍ରଭୁ ଚରଣେ ଗମନ,


ରବିବାର ଦିନ ରାତି ବାରଟାରେ


ପ୍ରାଣନୀଳା ସମାପନ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy