ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ
ସମାଜ ବ୍ୟବସ୍ଥା ଯାଇଛି ବଦଳି
ବଦଳିଛି ମନୋଭାବ,
ଗାନ୍ଧୀଙ୍କର ସ୍ବପ୍ନ ସ୍ୱପ୍ନରେ ରହିଛି
କେବେ ତାହା ସତ୍ୟ ହେବ।।
ନାରୀ ନିର୍ଯ୍ୟାତନା ବଢି ବଢିଯାଏ
ଆମରି ଏଇ ସମାଜେ,
ଝିଅ ପାଇଁ ସ୍ନେହ ଅଭାବ ରହିଛି
ବାପା ମାଆଙ୍କର ହୃଦେ।।
ଆମ ଦେଶେ ନାରୀ ପୂଜିତା ହୁଅଇ
ଦେବତା କରନ୍ତି ବାସ,
ସେହିଦେଶେ ନାରୀ ମାତୃଗର୍ଭେ ମରେ
ଶୁଣିଲେ ଲାଗେ ଆଶ୍ଚର୍ଯ୍ୟ।।
ଅସୁରକ୍ଷିତଟି ନାରୀ କାର୍ଯ୍ୟକ୍ଷେତ୍ରେ
ଆମ ଏହି ସମାଜରେ
ସୁରକ୍ଷିତ ତାକୁ କରିବା ପାଇଁକି
ସରକାର ଚିନ୍ତା ବଢେ।।
ବିଭିନ୍ନ ଆଇନ କରି ସରକାର
ନାରୀକୁ କରନ୍ତି ଶକ୍ତ,
ତଥାପି କେତେକ ଅମଣିଷ ପାଇଁ
ବ୍ୟବସ୍ଥାରେ ହୁଏ ଗର୍ତ୍ତ।।
ମନୋଭାବ ଆମ ବଦଳାଇ ଦେବା
ନାରୀ ପୁରୁଷ ସମାନ,
ତେବେ ସିନା ଏହି ସଂସାର ମଧ୍ୟରେ
ହୋଇବା ଆମେ ମହାନ।।
ପୁଅ ପାଉଥିବା ଅଧିକାର ସବୁ
ଝିଅ ମଧ୍ୟ ପାଉଥାଉ,
ଅସୁରକ୍ଷିତଟି ନ ରହି ନାରୀଟି
ସୁରକ୍ଷିତ ଭାବେ ରହୁ।।
ଝିଅ ପରା ଆମ ପରୀଟିଏ ଅଟେ
ଦୁଈକୂଳ କରେ ହିତ,
ରତ୍ନ ଆମ ପାଇଁ ଅଟଇଟି ସେହି
କର ତାକୁ ସୁରକ୍ଷିତ।।