Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ଅସୁବିଧା

ଅସୁବିଧା

1 min
217



ଆସଇ ଜୀବନେ     ବହୁ ବାଧାବିଘ୍ନ

      ଅସୁବିଧା ଭୟଭ୍ରାନ୍ତି

ହୁଏ ସମ୍ମୁଖୀନ     ସାହସୀ ମଣିଷ

     ଧୈର୍ଯ୍ୟ ପ୍ରତ୍ୟୁତ୍ପନ୍ନମତି ।


ଜୀବନ ନୁହଁଇ    ତୂଳିତଳ୍ପ ଶଯ୍ୟା

      ପୁଷ୍ପପରି ସୁକୋମଳ

ମିଳିଯିବ ସବୁ     ସହଜ ସୁନ୍ଦର

     ଭାବିଦେଲେ ହେବ ଭଲ ।


ନିଜକୁ ନିଶ୍ଚୟ    କରିବାକୁ ହେବ

      ନିଜ ଲକ୍ଷ୍ୟ ପଥ ସ୍ଥିର

କର୍ମ ଓ କର୍ତ୍ତବ୍ୟ    କରିଲେ ଉଚିତ

     ହାସଲ ହୋଇବ ଫଳ ।


ଜାଣିନାହିଁ ଯିଏ   ଜୀବନ କୈ।ଶଳ

     ଚଢି ପାରିବନି ଗଛ

ଉଚ୍ଚିଷ୍ଟ ଫଳକୁ    ଖାଇବ ଗୋଟାଇ

    ଭାଗ୍ୟ ତା ଡାମରା କାକ ।


କଠିନ ସାଧନା    ପରିଶ୍ରମ ବଳେ

     ଉପାର୍ଜିତ ସତ ଧନ

ଜୀବନ ସ°ଗ୍ରାମେ    ହୁଏ ଉପଲବ୍ଧ

     ମଣିଷ ହୁଅଇ ଧନ୍ୟ ।


ଆସୁ ଶତ ବାଧା    ଯେତେ ଅସୁବିଧା

      ଦେବା ନାହିଁ ପଛଘୂଞ୍ଚା

ଦେଖାଇବା ନିଜ    କର୍ତ୍ତବ୍ୟ ନିଷ୍ଠତା

      ସୁପୁରୁଷ ପରାକାଷ୍ଠା ।

          


Rate this content
Log in

Similar oriya poem from Tragedy