ଅସତ୍ୟ ସହରେ ସତ୍ୟ ବନ୍ଧା ପଡିଛି
ଅସତ୍ୟ ସହରେ ସତ୍ୟ ବନ୍ଧା ପଡିଛି
ଅସତ୍ୟ ସହରେ ସତ୍ୟଟି ଯେ ବନ୍ଧା
ପଡିଥାଏ ବାରବାର,
ପୁରାଣ ଯୁଗରୁ ରହିଅଛି କେତେ
ପ୍ରମାଣଏହି ପ୍ରକାର l
ବିନା ଦୋଷେ ସୀତା ବନବାସ ଗଲେ
ପ୍ରଜାଙ୍କ ଦୁର୍ନାମ ବଳେ,
ବାରମ୍ବାର ତାଙ୍କୁ ପରୀକ୍ଷା ଦେବାକୁ
ପଡିଥିଲା ସେତେବେଳେ l
କଳିଯୁଗେ ବଢେ ପାପର ମାତ୍ରାଟି
ସତ୍ୟ ଏଠି ବଳି ପଡେ,
ଅସତ୍ୟ ସହରେ ପାପ ଦୂରାଚାରେ
ସତ୍ୟର ଲୁହ ନିଗିଡ଼େ l
କିନ୍ତୁ ବେଶୀ ଦିନ ରହେନାହିଁ ତାହା
ଅସତ୍ୟ ଗୁମର ଖୋଲେ,
ଶେଷରେ ସତ୍ୟର ବିଜୟ ନିଶ୍ଚିନ୍ତ
ହୋଇଥାଏ ଧରା ତଳେ l
ଈଶ୍ୱର ସର୍ବଦା ସାଥେ ରହିଥାନ୍ତି
ସତ୍ୟ ନ୍ୟାୟର ପାଇଁ,.
ପାଣ୍ଡବ ମାନଙ୍କ ସାଥ ଦେଇଥିଲେ
ଯେହ୍ନେ କୃଷ୍ଣ ଭାବଗ୍ରାହୀ l
ଯେତେ ସତ୍ୟ ଟି ବନ୍ଧା ପଡିଲେବି
ପାରିବେନି କେହି ରୋକି,
ସତ୍ୟ ଟି ସର୍ବଦା ବିଜୟ ଲଭିବ
ସୂର୍ଯ୍ୟ ଚନ୍ଦ୍ର ଥିବେ ସାକ୍ଷୀ l
