STORYMIRROR

Sudhanjali Mishra

Inspirational

3  

Sudhanjali Mishra

Inspirational

ଅସ୍ତ୍ରଠାରୁ କଲମ ଶାଣିତ

ଅସ୍ତ୍ରଠାରୁ କଲମ ଶାଣିତ

1 min
283

ହେ କବିବର ଦ୍ବିତୀୟ ଈଶ୍ବର

କଲମକୁ କର ଶାଣିତ

ସମାଜର ହିତେ ରଚିଯାଅ ତୁମେ

କବିତା, ଗଳ୍ପ, ଶିଶୁଗୀତ ।।


ମନର ଭାବନା ଓ ଚିନ୍ତାଚେତନା

ସଚେତନମୂଳ ପ୍ରବନ୍ଧ

ରଚନା କରିଣ କର ସଚେତନ

ଅନ୍ଧବିଶ୍ବାସ କର ବନ୍ଦ ।।


ଗୁଣିଗାରେଡିକୁ ବିଶ୍ବାସ କରିଣ

କେତେକଙ୍କ ପ୍ରାଣ ଗଲାଣି

ତଥାପି ଆସୁନି ଔଷଧେ ବିଶ୍ବାସ

ଡାକ୍ତରଙ୍କ ପାଶ ଯାଏନି ।।


ପ୍ରତ୍ୟେକ କ୍ଷେତ୍ରରେ ରହିଛି ସମସ୍ୟା

ରହିଛି ମଧ୍ୟ ସମାଧାନ

ଅସ୍ତ୍ରଠାରୁ ମଧ୍ୟ କଲମ ଶାଣିତ

ବହ୍ନିଜାଳିଦିଏ କଲମ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational