ଅସ୍ଥିର ଭାବନା
ଅସ୍ଥିର ଭାବନା
ଗୁଞ୍ଜୁଛି ହୃଦୟେ ଅସ୍ଥିର ଭାବନା
ଚିନ୍ତିତ କରେ କିମ୍ପାଇଁ,
ଦଗ୍ଧ କରୁଅଛି ସର୍ବାଙ୍ଗ ଟା ମୋର
ଦେଉଛି କଷ୍ଟ କିମ୍ପାଇଁ।
ଯନ୍ତ୍ରଣା ତାହାର ଅତି ଭୟଙ୍କର
ଭାବନା କିପରି ଏହୁ,
ଅସ୍ଥିର କରୁଛି ବୁଦ୍ଧି ଦିଶେ ନାହିଁ
ବିଚଳିତ କରେ ରାହୁ।
ଅସ୍ଥିର ଭାବନା କିମ୍ପା ଆବିର୍ଭାବ
ବୁଝି ହେଉ ନାହିଁ କିଛି,
ପ୍ରଭୁ ଜଗନ୍ନାଥ ମାତ୍ର ହିଁ ତାରକ
ନାହିଁ ତାଙ୍କ ବିନୁ କିଛି।
କରହେ କରୁଣା ଦିଅ ଧ୍ୟାନ ଥରେ
ସୃଷ୍ଟି କର୍ତ୍ତା ପ୍ରଭୁ ତୁହି,
ଆତ୍ମସମର୍ପଣ କରିଛି ତହରେ
ଜଗତ ଠାକୁର ତୁହି।
ଅନୁକ୍ଷଣ ଧ୍ୟାନ ଜଡ଼ିତ ତହରେ
ଗୁଞ୍ଜେହୃଦେ ତବନାମ,
କାହିଁ ପାଇଁ ପୁଣି ଅସ୍ଥିର ଭାବନା
ଅସ୍ଥିର କରୁଛି ଶ୍ୟାମ।
ଶ୍ୟାମ ତୁ ସୁନ୍ଦର ଭକ୍ତି ରୂପ ପରା
ଅନୁକ୍ଷଣେ ଭକ୍ତି ତୋର
ଚକାନୟନରେ ଦେଖ ମହାବାହୁ
କରହେ ଯନ୍ତ୍ରଣା ଦୂର।
ଅସ୍ଥିର ଭାବନା କରେ ମର୍ମାହତ
ହୁଏ ଜ୍ଞାନ ବୁଦ୍ଧି ଶୁନ୍ୟ,
ଅଶ୍ରୁ ଧାର ବୁହେ ଧାର ଧାର ହୋଇ
ହୋଇବ କି କିଛି ବିଘ୍ନ।
ତବ ଦୟା ବିନୁ ନହେବ ସମ୍ଭାବ
କେଉଁ ଅପରାଧ ହେଲା,
ଛାଡି ନାହିଁ ଦିନେ ଭକ୍ତିକୁ ତହର
କେଉଁ କର୍ମଫଳୁ ହେଲା।
କ୍ଷମା କର ନାଥ ଭୁଲ କଲି ଯଦି
ଅସ୍ଥିର ଭାବନା ନହୁ,
ଭକ୍ତି
କାଳିଆର ଗୁଞ୍ଜୁମୋ ସର୍ବାଙ୍ଗେ
କୃପା ଦୃଷ୍ଟି ତୋର ରହୁ
ମନ ପ୍ରାଣ କର୍ମ ଅର୍ପଣ କରିଛି
ନାମ ଗାଉ ଅଛି ତୋର,
ନିସ୍ବାର୍ଥ କର୍ମରେ ଜନ ସେବୁ ଥିବି
ହେଉ କୃପା ଦୃଷ୍ଟି ତୋର।
କୃଷ୍ଣ ରାମ ନାମ ନିତ୍ୟେ ଗାଉ ଥିବି
ପୂଜାର୍ଚ୍ଚନା ଜଗନ୍ନାଥ,
କାଳିଆ ଠାକୁର ନଜର ପଡ଼ିବ
ଦେବେ ସତ୍ୟଧର୍ମ ପଥ।
ଅଦୃଶ୍ୟ ଯନ୍ତ୍ରଣା ଅସ୍ଥିର ଭାବନା
କିମ୍ପା କରୁଛି ତାଣ୍ଡବ?
ବୁଝି ହେଉ ନାହିଁ କାହିଁକି ହେଉଛି
ଦୂର କରହେ ରାଘବ।
ରାଷ୍ଟ୍ର କାର୍ଯ୍ୟେ ମନ ରହୁ ନିରାକାର
ରହୁ ଜନକଲ୍ୟାଣରେ,
କେଉଁ ଏ ଭାବନା କରେ ଟି ଅସ୍ଥିର
କର ନିବାରଣ ତାରେ।
ବ୍ରହ୍ମାଣ୍ଡ ଠାକୁର ପ୍ରଭୁ ଚକ୍ରଧର
ଚକ୍ରରେ ଛେଦ ଭାବନା,
କରେ ବିଚଳିତ ଶାନ୍ତି ନାହିଁ କିଛି
ଅସ୍ଥିର କରେ ଭାବନା।
ନାହିଁ ଗତି ନାଥ ତବ ବିନୁ ମୋର
ଜୀବନ ପରା ତୋହର,
ସବୁର କାରଣ ତୁହିରେ କାଳିଆ
ତବ ବିନୁ ଗତି କାର।
କର ନିବାରଣ ବ୍ରହ୍ମାଣ୍ଡ ଠାକୁର
ଅସ୍ଥିର ଭାବନା ଘୁଞ୍ଚୁ,
ତହର ଭିଆଣ ସବୁତ ବ୍ରହ୍ମାଣ୍ଡେ
ଚିନ୍ତା ଓ ଯନ୍ତ୍ରଣା ଘୁଞ୍ଚୁ।
କରୁଣ କରହେ ଜଗତ ଈଶ୍ବର
ଅସ୍ଥିର ଭାବନା ନହୁ,
ରଖହେ ଭାବନା ଜନହୀତ ପାଇଁ
ରାଷ୍ଟ୍ରକାର୍ଯ୍ୟେ ଧ୍ୟାନରହୁ।