STORYMIRROR

Basanti Pattnaik

Tragedy Inspirational

4  

Basanti Pattnaik

Tragedy Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
250

 

  ଜୀବନ ରାସ୍ତାରେ ଚାଲିବାକୁ ହେଲେ

         କଣ୍ଟାତ ବାଜିବ ନିଶ୍ଚେ

  ଭୟବିତ ହୋଇ ଅଟକି ଯିବୁନି

         କଥା ଟିକୁ ମନେ ରଖେ ।


  ସୁଖ ଦୁଃଖ,ପାପ ପୂଣ୍ୟ ସବୁ

          ସଂସାର ର ଭାଗ ଅଟେ

   ଏହାରି ସହିତ ଚାଲିବାକୁ ହେବ

          ମନରେ ଦୃଢ଼ତା ବାନ୍ଧେ ।


   ଅସ୍ଥିର ଭାବନା ମନରେ ଆସିଲେ

          ଯୋଗକୁ ଆଧାର କର

   ସଂସାର ଭିତରେ ବିଶ୍ବାସ ଶବ୍ଦକୁ

          ଇଶ୍ବରଙ୍କ ପାଖରେ ଢାଳ ।


  ପାପ ପୂଣ୍ୟର ହିସାବ ରଖନ୍ତି

           ସେତ ସର୍ବ ଜଣା

   ଛଳ ମଣିଷ ର କଟାକ୍ଷ ବାଣରେ

            ହୁଅନି ବାଟ ବଣା ।


  ଗୁରୁଜନ ଭାବି ଭକ୍ତି ରସ ଢାଳୁ

          ଗୀତା ଭାଗବତ ଜାଣି

  କୁ ଚକ୍ରାନ୍ତ ର ମୂଳଦୁଆ ଶୁଣି

          ନିଗିଡେ ଆଖି ରୁ ପାଣି ।


  ଅସ୍ଥିର ଭାବନା ଆନ୍ଦୋଳିତ କରେ

           ହୃଦକନ୍ଦରକୁ ମୋର

  ଭଲ ମଣିଷ ର ଭଲ କର୍ମ ପାଇଁ 

          ଚାଲୁଛି ସଂସାର କଳ ।


  ସବୁ ଧର୍ମର ମୂଳତତ୍ତ୍ଵକୁ

           ଭଲରେ ଅନୁଧ୍ୟାନ କର

  ସତ୍ୟ, ନ୍ୟାୟ, ଆଉ ପ୍ରେମ ଅଟ‌ଇ

         ଜୀବନ ଯାତ୍ରାର ସାର ।

         ‌‌‌‌‌‌‌‌‌‌‌‌ 


Rate this content
Log in

Similar oriya poem from Tragedy