STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ଅସ୍ଥିର ଭାବନା

ଅସ୍ଥିର ଭାବନା

1 min
353

ମନ ରାଇଜରେ ରାଜୁତି ଚଳାଏ

ସର୍ବଦା ମନ ରାଜନ

ଗତି ତାର କିଏ କଳନା କରିବ

ଏପରି ନାହିଁ କେ ଜନ ।


କେତେ କେତେ ଭାବ କେଉଁଠାରୁ ଆସି

କେଉଁ ଆଡେ ଚାଲିଯାଏ

ଭାବନା ରାଇଜେ ଭାବନାର ସତେ

କେବେ କ'ଣ ଅନ୍ତ ହୁଏ ।


କେଉଁଠି ମନର ଗହନ ବନରେ

ଜାଗେ ଅସ୍ଥିର ଭାବନା

ମନ ଯାର ସ୍ଥିର ନ ଥାଏ କେବେ ତା

ସ୍ଥିର କି ହେବ ଭାବନା ।


ଅସ୍ଥିର ଭାବନା ଜାଗ୍ରତ ହୋଇଲେ

ମନକୁ ନ ମିଳେ ଶାନ୍ତି

ସ୍ଥିର ଭାବନା ଯଦି ଜାତ ହୋଇବ

ଲଭିବ ନିଶ୍ଚେ ସୁଗତି ।


ଆଜିର ଯୁଗରେ ପେଶି ହୋଇ ସର୍ବେ

ପର ଅନୁଗତ ହୋଇ

ଯୁଗ ଧରମରେ ଯୋଡି ହୋଇଛନ୍ତି

ଅସ୍ଥିର ଭାବନା ନେଇ ।


ମନକୁ ସଂଯତ କରିବା କଠିନ

ତେବେ ବି ସଂଯତ ହେବ

ବାହାରେ ସୁଖକୁ ଖୋଜୁଛ ସଭିଏଁ

ଭିତରେ ଖୋଜ ପାଇବ ।


ସନ୍ତୋଷ ଲଭିଲେ ଯିବ ଅସ୍ଥିରତା

ସ୍ଥିର ଭାବନା ଜାଗିବ

ଅନ୍ତରରେ ତୁମେ ପ୍ରଶାନ୍ତ ହୋଇବ

ଅସ୍ଥିର ଭାବନା ଯିବ ।


ନିଜଠାରୁ ବଳି ନିଜର ସୁହୃଦ

ପୃଥିବୀରେ କେହି ନାହିଁ

ଏଇ କଥାଟିକୁ ମନେ ରଖିଥିବ

କେବେ ବି ଭୁଲିବ ନାହିଁ ।


କାମନା ବାସନା ଦୂର ହେଉ ମନୁ

ସୁସ୍ଥ ରହୁ ସଦା ମନ

ମନ ପରସନ ରହିଲେ ତୁଟିବ

ସକଳ ଭବ ବନ୍ଧନ ।


ଅସ୍ଥିର ଭାବନା ହେବ ପରାହତ

ଆଉ ମନେ ନ ଜାଗିବ

ନିଜ ଶାନ୍ତି ନିଜ ଭିତରେ ରହିଛି

ଖୋଜିଲେ ତାକୁ ପାଇବ ।


Rate this content
Log in

Similar oriya poem from Inspirational