ଅସ୍ଥିର ଭାବନା
ଅସ୍ଥିର ଭାବନା
କିଛି ରହିଯାଏ ସାତ ସିନ୍ଦୁକର
ଫରୁଆ ଭିତରେ ସ୍ମୃତି
କିଛି ଲୁହ ଧାର ପିଇଯାଏ ଓଠ
କୋହକୁ ଛାତି ରେ ଚାପି ।।
କିଛି ରହିଯାଏ ଅଧୁରା ସପନେ
କିଛି ପୁଣି ନିରବରେ
କିଛି ରହିଯାଏ ମାନ ଅଭିମାନେ
କିଛି ପୁଣି ହୃଦୟରେ।।
କିଛି ରହିଯାଏ ଡାଏରୀ ଭିତରେ
ଶୁଖିଲା ଫୁଲକୁ ଦେଖି
ମନ ପଡ ତୁମେ ସେହି ମୂହୁର୍ତ୍ତରେ
ଦେଖୁଥାଏ ତାକୁ ଛୁପି ।।
