Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଅସ୍ଥିର ଭାବନା ହେତୁ

ଅସ୍ଥିର ଭାବନା ହେତୁ

1 min
244


 

ଏମିତି ସମୟ ଆସିଛି ସଂସାରେ

       ବହୁ ଗ୍ଲାନି ସାଥେ ନେଇ,

କାହାରି ଦିନ ତ ଭଲରେ କଟେନା

       ଅସ୍ଥିରତା ଲାଗେ ରହି ।


ମଣିଷର ମନ ସଦା କଳୁଷିତ

       ଆପଣା ସ୍ୱାର୍ଥକୁ ନେଇ,

ଅନ୍ୟ ସାଥେ ସଦା ତୁଳନା ନିଜକୁ

       କରୁଥାଏ ଇର୍ଷା ବହି ।


ସାହି ପଡିଶାରୁ ଦେଶ ଦେଶ ମଧ୍ୟେ

       ତିକ୍ତ ସମର୍କର ସ୍ଥିତି,

ଯାହା ସୃଷ୍ଟିକରି ଅସ୍ଥିର ଭାବନା

       କରିଥାଏ ବହୁ କ୍ଷତି ।


ଅସ୍ଥିର ଭାବନା ଯୋଗୁ ହୋଇଥାଏ

      ପ୍ରତିକାର୍ଯ୍ୟ ତ୍ରୁଟିଯୁକ୍ତ,

ବୁଝି ପାରେ ନାହିଁ ନିଜ ଦୋଷ ବୋଲି

       ଅନ୍ୟେ କରେ ଅଭିଯୁକ୍ତ ।


ଜୀବନେ ବଢିଲେ ଅଭାବର କାୟା

       ଅସ୍ଥିର ହୁଅଇ ମନ,

କାମ ମିଳେନାହିଁ ରୁଚି ଅନୁଯାୟୀ

       ବିବ୍ରତ ହୁଏ ଜୀବନ ।


ବହୁଳ ଭାବରେ ମଦ୍ୟପାନେ ହୁଏ

       ସମାଜ ଯେ କଳୁଷିତ,

ଅସ୍ଥିର ଭାବନା ହୋଇଥାଏ ସୃଷ୍ଟି

       ମଣିଷ ଯେ ପଥଭ୍ରଷ୍ଟ ।


ଅତ୍ୟନ୍ତ ଅସ୍ଥିର ଭାବାବେଗ ଯୋଗୁ

       ସୃଷ୍ଟିହୁଏ ନାନା ରୋଗ,

ତେଣୁ ସ୍ଥିର ମନେ ବଞ୍ଚିଲେ ଜଗତେ

       ହୋଇଥାଏ ସୁଖ ଭୋଗ ।


    


Rate this content
Log in

Similar oriya poem from Inspirational