STORYMIRROR

Kalandi pal

Inspirational

4  

Kalandi pal

Inspirational

ଅଷ୍ଟମ ଗର୍ଭେ ଅଷ୍ଟ ଅବତାର

ଅଷ୍ଟମ ଗର୍ଭେ ଅଷ୍ଟ ଅବତାର

1 min
290


ଅଷ୍ଟମ ଗର୍ଭରେ ଅଷ୍ଟ ଅବତାର

ଅଷ୍ଟମ ଭଣଜା ମାମୁଁ କଂସଙ୍କର

ଅଷ୍ଟମୀ ଭାଦ୍ରବ ସେ କୃଷ୍ଣ ପକ୍ଷରେ

କୃଷ୍ଣ ଜନମିଲେ ମାମୁଁ ବନ୍ଦୀଶାଳେ ll


ମୁଷଳ ଧାରାରେ ବରଷା ପ୍ରକୋପ

ଘଡଘଡି ଶୁଭେ ସତେ ଇନ୍ଦ୍ର କୋପ

ଜନ୍ମ ନେଲେ ପ୍ରଭୁ କୁଳର ପ୍ରଦୀପ

ଦେବକୀ କୋଳେ ବସୁଦେବ ସମୀପ ll


ଅଷ୍ଟ କଂସମାଲେ ନିଦ୍ରା ଅଚେତନ

ଫିଟିଲା ଶିକୁଳୀ କବାଟ ତତକ୍ଷଣ

ଚତୁର୍ଦ୍ଧା ମୂର୍ତ୍ତିରେ ଦିବ୍ୟ ବିଭୂଷଣ

ବୋଇଲେ କନ୍ୟାକୁ ପାଲଟାଇ ଆଣ ll


ଦିବ୍ୟ ରୂପ ଦେଖି ପିତା କୃତ୍ୟ କୃତ୍ୟ

ମସ୍ତକରେ ଭରି ବସୁଦେବ ସୁତ

ପଦପ୍ରଖାଳନ୍ତେ ଉଗ୍ରସେନ ଦୂତ

କଟୁ ବାଣୀ ଦେଇ ମନ କଲେ ତିକ୍ତ ll


ଉଗ୍ରସେନେ ପ୍ରଭୁ ଦେଲେ ଦିବ୍ୟ ଦର୍ଶନ

ଦର୍ଶନେ ମୁଖରୁ ନ ସ୍ପୁରେ ବଚନ

ଶିରେ ଧରି ବସୁଦେବ ଯମୁନା କୂଳେ

ଢାଙ୍କିଛନ୍ତି ସର୍ପ ରାଜ ତା ଫେଣା ତଳେ ll


ଦ୍ବିଭାଗ ହେଲା ସେହି ଯମୁନା ଜଳ

ବସୁଦେବ ଉପନତ ସେ ଗୋପପୁର

କନ୍ୟା ବଦଳେ ଦେଇ ବାଳ କୁମର

ଅତି ଖରେ ପହଁଚିଲେ ମଥୁରା ପୁର ll


ପାହିଲା ରଜନୀ କଂସ କର୍ଣ୍ଣ ଶୁଣି

ଭଗିନୀ କୋଳରୁ ପୁତ୍ର ଭିଡି ଆଣି

ପୁତ୍ର ନୋହେ ସେହୁ କନ୍ୟାକୁ ଦେଖିଲା

ମାରିବ କି ନାହିଁ ମନେ ବିଚାରିଲା ll


କପଟିଆ କୁଟ କେ ଜାଣିବ ଭଲା

ନାରୀ ରୂପେ ମହିଷାସୁର ବଧିଲା

ଶିଳାପରେ ନେଇ କନ୍ୟା ଫିଙ୍ଗିଦେଇ

ଶୁନ୍ୟ ବାଣୀ କର୍ଣ୍ଣ ତ୍ୱରିତ ଶୁଣଇ ll


ଶୂନ୍ୟରେ ବଢ଼ୁଛି ଶତ୍ରୁ ଗୋପପୁରେ

ଅଧର୍ମର ନାଶ କରିବ ମହୀରେ

ଯଦି ପାରୁ ଯାଇ କର ତାକୁ ବଧ

ନୋହିଲେ ଛେଦିବ ତୋର ଶିର ସ୍କନ୍ଧ ll


ଶୁଣି ଶୂନ୍ୟ ବାଣି କଂସ ତତକ୍ଷଣି

କେଶୀ, ବକା, ଅଘା କେତେ ଅସୁରୁଣୀ

ବାଳହତ୍ୟା ଅପରାଧେ ଲିପ୍ତ ହୋଇ

ମରଣ ଫାନ୍ଦ ତା ଆସୁଛି ଘନେଇ ll

   


Rate this content
Log in

Similar oriya poem from Inspirational