STORYMIRROR

SARADA NAYAK

Tragedy Classics Inspirational

3  

SARADA NAYAK

Tragedy Classics Inspirational

ଅସ୍ପଷ୍ଟ ସିନ୍ଦୂର

ଅସ୍ପଷ୍ଟ ସିନ୍ଦୂର

1 min
242


ତୁଚ୍ଛା ରଙ୍ଗ ଟିକିଏ

ନୁହେଁ କି!!

ଯେମିତି

କଳା,ଧଳା,ସବୁଜ,ନେଳି

ସେମିତି ଇଏ ଗୋଟେ

ନାଲି

ବାସ୍ ଖାଲି ନାଲି।

ରଙ୍ଗ ତ ରଙ୍ଗ,

ଫରକ୍ କଣ୍ ଯେ!

ଯାହା ଖାଲି କେତେକଙ୍କ

ଅପ୍ରମାଣିତ ବିଶ୍ୱାସ ରେ,

ଇଏ କାଳେ

ସ୍ବାମୀ ବଞ୍ଚି ଥିବାର ଚିହ୍ନ

ତେଣୁ,

ସଧବାର ପ୍ରତୀକ

ଆଉ ପରାଧିନତା ର ବର୍ଣ୍ଣ।

ନୁହେଁ କି?

ହେଲେ ସଧବା!

ସଧବା କାହା ପାଇଁ?

କିଏ କହିବ?

କିଏ ବୁଝିବ?

କେମିତି ବୁଝିବ?

କାହା ପାଇଁ ବୁଝିବ?

ଯାହା ପାଇଁ,

କାଇଁ ସିଏ ନିଜେ ତ ପିନ୍ଧୁନି !

ନା ମୋ ଅସ୍ତିତ୍ଵ ର ମାନେ ନାହିଁ କିଛି ?

ଅଛି ?

ହଉ,

ତୁମ କଥାରେ ପିନ୍ଧିବି

ହେଲେ ଥରୁଟିଏ କହିବକି

କାହିଁକି ପିନ୍ଧିବି?

ସ୍ବାମୀ ଦୀର୍ଘାୟୁ ହେବା ପାଇଁ ?

ମୁଁ ଚାହେଁନି।

ତୁମ ଘରର ମଙ୍ଗଳ ହେବା ପାଇଁ ?

ମୁଁ ଚାହେଁନି।

ତୁମ ଘରର ମର୍ଯ୍ୟାଦା ରହିବା ପାଇଁ ?

ମୁଁ ଚାହେଁନି।

ମୁଁ ବିବାହିତ ବୋଲି ସମାଜ ଜାଣିବା ପାଇଁ ?

ମୁଁ ଚାହେଁନି।

ନା କାହାର କୁ ଦୃଷ୍ଟି ନ ପଡ଼ିବା ପାଇଁ ?

ତା ବି ଚାହେଁନି।

ହେଲେ

ମୁଁ ଚାହେଁ,

ଶେଷ ପର୍ଯ୍ୟନ୍ତ-

ଖାଲି ଟିକିଏ ମୋତେ ଭଲ ପାଅ।

ମୁଁ ଚାହେଁ,

ଯେମିତି ରୁହ-

ଟିକିଏ ଶାନ୍ତି ରେ ରୁହ।

ମୁଁ ଚାହେଁ,

ତୁମ ଘରେ ମୋତେ-

ଝିଅଟିଏ ହେଇ ରହିବାକୁ ଦିଅ।

ମୁଁ ଚାହେଁ,

ତୁମେ ମୋର ଦୁଃଖର ନହେଲେ ନାହିଁ

ସୁଖର ସାଥିଟିଏ ହେଇ ରୁହ।

ମୁଁ ଚାହେଁ,

କେହି ଜାଣୁ ନଜାଣୁ

ତୁମେ ମୋତେ ନିଜେ ଜାଣ,

ସ୍ତ୍ରୀ ର ମର୍ଯ୍ୟାଦା ଦିଅ

ବାସ୍ ମୋତେ ଟିକେ ଖାଲି ଭଲ ପାଅ।

ସିନ୍ଦୂର ପାଇଁ ଚାହେଁ ଖାଲି ଏତିକି।

କୁହ!

ଦେଇ ପାରିବ ?

ଯଦି ନପାରିବ, 

ତେବେ କଣ୍ ମାନେ ଅଛି

ଦୀର୍ଘାୟୁ ହେବାରେ ?

କଣ ମାନେ ଅଛି l

ସେ ମର୍ଯ୍ୟାଦା ରେ?

କଣ ମାନେ ଅଛି

ମୁଁ ସଧବା କି ବିଧବା- 

ଲୋକେ ଜାଣିବାରେ?

କଣ ମାନେ ଅଛି

ଯାହା ଦୃଷ୍ଟିରେ ମୁଁ ଯେମିତି ହେବାରେ।

ହଁ,

ସେଇ ପବିତ୍ର ରଙ୍ଗ-

ସିନ୍ଦୂର

ଥିଲା ମୋ କୁଆଁରୀ ମନର, 

ଶେଷ ଆକାଂକ୍ଷା

ମୋ ନାରୀ ଜୀବନ ର 

ଶେଷ ପ୍ରତୀକ୍ଷା

ମୋ ବୈବାହିକ ଜୀବନର 

ପ୍ରଥମ ସମୀକ୍ଷା

ଆଉ ନିଶାର୍ଦ୍ଧ ରେ ତୁମ ପାଖରେ

ସମର୍ପି ଯିବା ପରେ,- ତାର ଅସ୍ତିତ୍ବ ରକ୍ଷା ପାଇଁ

ମୋର ପ୍ରଥମ ପରୀକ୍ଷା।

ତାପରେ ପରୀକ୍ଷା ହିଁ ପରୀକ୍ଷା

କେବଳ ପରୀକ୍ଷା

ଦେବାକୁ ପଡ଼ିଛି କେତେ ଅଗ୍ନି ପରୀକ୍ଷା

ଟୋପାଏ ସିନ୍ଦୂର ପାଇଁ।

ଯାହା ପ୍ରତିବଦଳ 

ରେ ମୁଁ ପାଇନି କେବେ କିଛି।

କୁହ ତୁମେ!!!

ପାଇଛି?

ଯଦି ପାଇଛି

ସେଇ ନାଲି ବଦଳ ରେ ନାଲି

ସିନ୍ଦୂର ବଦଳ ରେ ରୁଧିର

ଦେହରୁ ହଉ ଅବା ହଉ ହୃଦୟ ରୁ

ପାଇଛି ଲାଞ୍ଛନା

ସମର୍ପଣ ବଦଳରେ ଶୋଷଣ

ନା ଆଉ କିଛି?

କୁହ,

କୁହ ତୁମେ।



Rate this content
Log in

Similar oriya poem from Tragedy