STORYMIRROR

Writer Roja Panda

Inspirational

2  

Writer Roja Panda

Inspirational

ଅସ୍ପଷ୍ଟ ମାଆ

ଅସ୍ପଷ୍ଟ ମାଆ

1 min
13.8K


ଶିଶୁହତ୍ୟା ମହାପାପ ଜାଣିଥିଲା ସେ ,

ବୁଝିଥିଲା ମାଁ ର ମମତାକୁ

ତଥାପି କରିଥିଲା ଶିଶୁହତ୍ୟା ------କାହିଁକି ?

ସେ କୁଆଡେ ଥିଲା ମଦରଟେରେସା ......

ଛି ଛି ଛି ......

ଏଇ କ'ଣ ତାର ମାତୃତ୍ୱର ପରିଚୟ

ଏଇ କ'ଣ ତାର ଅସଲ ରୂପ

ଏଇ କ'ଣ ତାର ଶିଶୁ ପ୍ରତି ସ୍ନେହ, ପ୍ରେମ ଆଉ ଭଲପାଇବା

କ'ଣ ମିଛ ଥିଲା ତାର ଅନାଥ ମାନଙ୍କୁ ରାସ୍ତା କଡ଼ରୁ ଗୋଟାଇ ମାଁ ପଣତର ଅନୁଭବ କରାଇବା

ନା ମିଛ ଥିଲା ସେହି ପିଲାମାନଙ୍କର କୁନି କୁନି ଓଠରେ

ହସର ଲହରୀ ଛୁଟାଇବା.............................

ନାଁ ...ନାଁ ... ମିଛ କିଛି ନଥିଲା

ଚାଲିଥିଲା କେବଳ ପରିସ୍ଥିତି ଆଉ ତା ମଧ୍ୟରେ ତୁମୁଳ ସଂଗ୍ରାମ .....

ଶେଷରେ ପରିସ୍ଥିତିର ଚାପରେ ସେ ହୋଇଯାଇଥିଲା ଅଣନିଶ୍ୱାସୀ

ପରିବାର ସଦସ୍ୟଙ୍କ ଇଛା , ଆକାଂକ୍ଷା ଆଗରେ

ତା ନିଜର ସ୍ୱପ୍ନକୁ ସେ ଦେଇଥିଲା ଫାଶୀ

ରାସ୍ତାରୁ ଗୋଟାଇ ଆଣିଥିବା ସେହି ଅନାଥ ଶିଶୁକୁ

କିଛିକ୍ଷଣ ପାଇଁ ମାଁ ପଣତର ପରସ ଦେଇ

ପୁଣି ଠେଲି ଦେଇଥିଲା କେଉଁ ଏକ

ସରକାରୀ ମୋହର ଲାଗିଥିବା ଅନାଥ ଆଶ୍ରମକୁ I

ସେଇଠି ସେ ହତ୍ୟା କରିଥିଲା ସେଇ ଗୋଟାଇ ଆଣିଥିବା

ଶିଶୁର କୋମଳ , ନିଷ୍କପଟ ମନକୁ ,

ସେଇଟି ମଧ୍ୟ ହତ୍ୟା କରିଥିଲା

ନିଜର ବିବେକ ଆଉ ମଣିଷପଣିଆକୁ ...

ଏ ଦୁନିଆଁ କେବଳ ଖୋଜୁଥିଲା ରକ୍ତ ସମ୍ପର୍କକୁ

ଯଦି କେହି ଜଣେ ସେଦିନ ଗୁରୁତ୍ୱ ଦେଇଥାନ୍ତା

ପ୍ରେମ ଆଉ ସ୍ନେହର ସମ୍ପର୍କକୁ

ତାହାଲେ ହୁଏତ କମିଯାଇଥାନ୍ତା ଗୋଟିଏ ଶିଶୁହତ୍ୟା

ଆଉ ସ୍ପଷ୍ଟ ହୋଉଯାଇଥାନ୍ତା ଆଉ ଏକ ଅସ୍ପଷ୍ଟ ମାଆ I



ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ

ନେତାଜୀ ନଗର, ମଧୁପାଟଣା,

କଟକ- ୭୫ ୩୦୧୦

E Mail: roja.saumya@gmail.com


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational